www.samajalive.in
Saturday, December 6, 2025
17.1 C
Bhubaneswar

ଜାଣନ୍ତୁ କେଉଁ ତେଲ ଅଧିକ ଉତ୍ତମ, ସୋରିଷ ତେଲ ନା ରିଫାଇନ ତେଲ….

ରୋଷେଇ ଘରେ ରନ୍ଧା ତେଲର ବହୁତ ମହତ୍ତ୍ବ ରହିଥାଏ। ଡାଲି ଛୁଙ୍କ ହେଉ ଅବା ଯେକୌଣସି ବ୍ୟଞ୍ଜନ ପ୍ରସ୍ତୁତି ହେଉ, ତେଲର ଆବଶ୍ୟକତା ପଡିଥାଏ। ସ୍ବାସ୍ଥ୍ୟପ୍ରତି ଅଧିକ ଯତ୍ନବାନ ହୋଇ ବେଳେବେଳେ ଲୋକେ ରନ୍ଧା ତେଲ ମଧ୍ୟ ବଦଳାଇଥାନ୍ତି।

କିଛି ଗବେଷଣାରୁ ଜଣାପଡିଛି ଯେ, ଅଲିଭ୍ ତେଲ ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଅଲିଭ ତେଲ ଅଧିକ ମହଙ୍ଗା ହୋଇଥିବାରୁ ସମସ୍ତେ ଏହାକୁ ବ୍ୟବହାର କରିବା ସମ୍ଭବପର ହୋଇନଥାଏ। ପ୍ରାୟତଃ ଲୋକେ ରୋଷେଇରେ ସୋରିଷ ତେଲ ଏବଂ ରିଫାଇନ୍ ତେଲ ବ୍ୟବହାର କରନ୍ତି। ଏହି ଦୁଇଟି ତେଲ ମଧ୍ୟରୁ କେଉଁ ତେଲ ଅଧିକ ଫଳପ୍ରଦ ଏହା ସମସ୍ତଙ୍କୁ ଜଣାନଥାଏ।

- Advertisement -

ତେବେ ଆସନ୍ତୁ ଜାଣିବା କେଉଁ ତେଲ ଶରୀର ପାଇଁ ଅଧିକ ଲାଭଦାୟକ, ସୋରିଷ ତେଲ ନା ରିଫାଇନ ତେଲ….

ପ୍ରାୟତଃ ଲୋକେ ଭାବନ୍ତି ଯେ, ରିଫାଇନ୍ ତେଲ ଶରୀର ପାଇଁ ଅଧିକ ଲାଭଦାୟକ ଏବଂ ଏଥିରେ ସବୁ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ। କିନ୍ତୁ ବାସ୍ତବାରେ ତାହା ସତ ନୁହେଁ। କାରଣ ଅଧିକ ତାପମାତ୍ରାରେ ରିଫାଇନ୍ ତେଲ ପ୍ରସ୍ତୁତ କରାଯାଏ। ଯାହା ଦ୍ବାରା ରିଫାଇନ୍ ତେଲରେ ନ୍ୟୁଟ୍ରିଶନ କମ୍ ହୋଇଯାଇଥାଏ। ତେଣୁ ଏହି ତେଲ ଶରୀର ପାଇଁ ସେତେଟା ଲାଭଦାୟକ ନୁହେଁ।

ରିଫାଇନ୍ ତେଲ ଅପେକ୍ଷା ସୁଦ୍ଧ ଦେଶୀ ସୋରିଷ ତେଲ ଶରୀର ପାଇଁ ଅତି ଉତ୍ତମ। ସୋରିଷ ତେଲ ପ୍ରସ୍ତୁତ କରିବା ପାଇଁ ତାପମାତ୍ରାର ଆବଶ୍ୟକ ପଡେ ନାହିଁ। ଯାହା ଦ୍ବାରା ଏଥିରେ ନ୍ୟୁଟ୍ରିଶନ ଭରପୁର ମାତ୍ରାରେ ରହଥାଏ। ସୋରିଷ ତେଲରେ ଆଣ୍ଟି-ବ୍ୟକ୍ଟିରିୟଲ ରହିଥାଏ। ଯାହା ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି କରାଇଥାଏ। ଏଥିରେ ଛଣାଛଣି କରିବା ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories