www.samajalive.in
Monday, December 15, 2025
16.1 C
Bhubaneswar

ଅବହେଳିତ ଜାତୀୟ ମହିଳା ଫୁଟବଲ ଖେଳାଳୀ : ଜୀବିକା ପାଇଁ ଆରଡିସିଙ୍କ ଦ୍ୱାରସ୍ଥ

ସମ୍ବଲପୁର : କେନ୍ଦ୍ର ଓ ରାଜ୍ୟ ସରକାର ମାନେ କ୍ରୀଡା ଓ କ୍ରୀଡାବିତ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଯୋଜନା କରି ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଡିମଡିମ ପିଟୁଥିବା ବେଳେ କିନ୍ତୁ ଏହାର ପ୍ରକୃତ କ୍ଷେତ୍ରରେ କାର୍ଯ୍ୟକାରିତା ହେଉ ନ ଥିବାର ଅଭିଯୋଗ ବହୁ ସମୟରେ ଆସୁଛି। ସରକାରୀ ଅବହେଳନାର ଶିକାର ହେବାର ସଦ୍ୟତମର ଉଦାହରଣ ସମ୍ବଲପୁର ଠାରେ ମଙ୍ଗଳବାର ଦିନ ଦେଖିବାକୁ ମିଳିଛି। ସମ୍ବଲପୁରରେ ରହୁଥିବା ୨୦ ଜଣ ପୂର୍ବତନ ମହିଳା ଫୁଟବଲ ଖେଳାଳୀ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ସାକ୍ଷାତକାର କରି ସେମାନଙ୍କୁ ଜୀବନ ନିର୍ବାହ କରିବା ପାଇଁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଗୁହାରୀ କରିଛନ୍ତି।

- Advertisement -

ମଙ୍ଗଳବାର ପୂର୍ବାହ୍ନରେ ସାମାଜିକ ଅନୁଷ୍ଠାନ ପ୍ରୋଗ୍ରେସିଭ ସମ୍ବଲପୁରର ଆବାହକ ସଞ୍ଜିତ ମହାନ୍ତିଙ୍କ ନେତୃତ୍ୱରେ ୨୦ ଜଣ ମହିଳା ଫୁଟବଲ ଖେଳାଳୀ ରାଜସ୍ୱ କମିଶନର ନିରଞ୍ଜନ ସାହୁ ଙ୍କୁ ସେମାନେ ଦୁର୍ଦ୍ଦିନରେ ଜୀବନଯାପନ କରିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି ଜଣାଇଛନ୍ତି। ସେମାନେ ରାଜସ୍ୱ କମିଶନରଙ୍କୁ ଦେଇଥିବା ଦାବୀ ପତ୍ର ଅନୁଯାୟୀ ସେମାନେ ଜାତୀୟ ତଥା ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା ମାନଙ୍କରେ ପ୍ରତିନିଧିତ୍ୱ କରି ବହୁ ସୁନାମ ଜିଲାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଆଣି ଦେଇଛନ୍ତି। କିନ୍ତୁ ସେମାନଙ୍କ ପାଇଁ କୌଣସି ଚାକିରୀ ତଥା ଅନ୍ୟାନ୍ୟ କୌଣସି ସହାୟତା ଆଜି ପର୍ଯ୍ୟନ୍ତ ମିଳି ନାହିଁ। ଯାହା ଫଳରେ ସେମାନେ ଏବେ ବହୁ କଷ୍ଟରେ ଦୁର୍ଦ୍ଦିନରେ ଜୀବନ ନିର୍ବାହ କରୁଛନ୍ତି। ସେମାନେ ଅତ୍ୟନ୍ତ ଗରିବ ପରିବାରରୁ ନିଜସ୍ୱର ଉଦ୍ୟମରେ ରାଜ୍ୟ ପାଇଁ ସୁନାମ ଆଣି ଦେଇଥିବା ବେଳେ ସରକାରୀ ଅବହେଳା ଯୋଗୁ ମାତ୍ର ୨ – ୩ ହଜାର ଟଙ୍କା ରୋଜଗାର କରି ଅତ୍ୟନ୍ତ କଷ୍ଟରେ ପରିବାର ଭରଣପୋଷଣ କରିବାକୁ ବାଧ୍ୟ ହେଉଛନ୍ତି। ସେମାନେ ଜୀବନ ନିର୍ବାହ କରିବା ପାଇଁ ବିଡି ନିର୍ମାଣ, ଘରୋଇ ସହାୟକ ସହିତ ବାସନକୁସନ ମାଜିବା, ସିଲାଇ ଆଦି କାର୍ଯ୍ୟ କରୁଛନ୍ତି।

ସମ୍ବଲପୁରରେ ବହୁ କ୍ରୀଡା ପ୍ରତିଭା ଥିବା ବେଳେ ଏହି ସମସ୍ତ ଖେଳାଳୀ ମାନଙ୍କ ଏଭଳି ଦୁର୍ଦ୍ଦଶା ଦେଖି ଆଗାମୀ ଦିନରେ କେହି ଆଗ୍ରହୀ ହେଉ ନାହାନ୍ତି। ଯାହା ଫଳରେ ଆଗାମୀ ଦିନରେ ଫୁଟବଲ ସମେତ ଅନ୍ୟ କ୍ରିଡା ମାନଙ୍କରେ ସମ୍ବଲପୁର ଅଞ୍ଚଳରୁ ପ୍ରତିଭାବାନ କ୍ରିଡାବିତ ଉତ୍ପନ୍ନ ହେବାର ସମ୍ଭାବନା ଦିନକୁ ଦିନ କ୍ଷୀଣ ହୋଇ ଯାଉଛି ବୋଲି ପ୍ରୋଗ୍ରେସିଭ ସମ୍ବଲପୁରର ଆବାହକ ସଞ୍ଜିତ ମହାନ୍ତି କହିଛନ୍ତି। ଏଣୁ ସମ୍ବଲପୁର ଜିଲାରେ କ୍ରିଡା ପ୍ରତିଭା ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଫୁଟବଲ ମହିଳା ଖେଳାଳୀ ମାନଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଉ ବୋଲି ଦାବୀ କରାଯାଇଛି। ରାଜସ୍ୱ କମିଶନର ସାହୁ ଏହି ଘଟଣା ସର୍ମ୍ପକରେ ପଦକ୍ଷେପ ନିଆଯିବ ବୋଲି ଖେଳାଳୀ ମାନଙ୍କୁ କହିଛନ୍ତି।

ଏହି ସାକ୍ଷାତକାର ସମୟରେ ବିଭିନ୍ନ ସିନିୟର ମହିଳା ଜାତୀୟ ଫୁଟବଲ ପ୍ରତିଯୋଗୀତା ଗୁଡିକରେ ଖେଳିଥିବା ଖେଳାଳୀ ଦିପ୍ତି କିଶାନ (୧୯୯୮), ଦ୍ରୋପଦି ମୁଣ୍ଡା (୨୦୦୨), ମୀନା ଆଇନ୍ଦ (୧୯୯୯ ରୁ ୨୦୦୨), ସୁବାଷିନୀ ବାଗ (୨୦୦୭), ସନ୍ତୋଷିନୀ ଓରାମ (୨୦୦୭), ପଦ୍ମିନୀ ସୁନା (୨୦୦୬), ମଧୁମିତା ମେହେର (୨୦୦୧), ସୁନୀତା ସୋରେନ (୨୦୦୨), ବନ୍ଦନା ଓରାମ (୧୯୯୮) ଏବଂ ଜୁନିୟର ମହିଳା ଜାତୀୟ ଫୁଟବଲ ପ୍ରତିଯୋଗୀତା ଗୁଡିକରେ ଖେଳିଥିବା ଖେଳାଳୀ ମଧୁମିତା ମେହେର, ସନ୍ତୋଷିନୀ ଓରାମ, ମିନତୀ ତିର୍କୀ, ସୁବାଷିନୀ ବାଗ, ପାର୍ବତୀ ମୁଣ୍ଡା, ରୀନା ଓରାମ, କର୍ମୀ ମୁଣ୍ଡା, ପ୍ରେମା ମୁଣ୍ଡା, ରତନୀ ମୁଣ୍ଡା, ସୁକାନ୍ତି ମୁଣ୍ଡା, ଲିଲି ମୁଣ୍ଡା ଓ ପୂଜା ସାହୁ ଙ୍କ ସମେତ ମିଲନ କୁମାର ହୋତା, ମହମ୍ମଦ ମୁରତଜା ଉପସ୍ଥିତ ଥିଲେ।

 

 

 

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories