www.samajalive.in
Tuesday, December 9, 2025
15.1 C
Bhubaneswar

ଇଚ୍ଛାମୃତ୍ୟୁ ଲୋଡ଼ିଥିବା ରାଜେଶକୁ ମିଳିଲା ଭତ୍ତା

ଘଟଗାଁ: ଘଟଗାଁ ବ୍ଲକ ଅର୍ନ୍ତଗତ ଉପରଡିହା ଗ୍ରାମର ଇଚ୍ଛାମୃତ୍ୟୁ ଲୋଡ଼ିଥିବା ଶିକ୍ଷକ ଧନେଶ୍ବର ବେହେରାଙ୍କ ଏକମାତ୍ର ପୁଅ ରାଜେଶ ବେହେରାଙ୍କୁ ଶେଷରେ ସରକାରଙ୍କ ତରଫରୁ ମଧୁବାବୁ ପେନସନ ଯୋଜନାରେ ୫ଶହ ଟଙ୍କାର ଭତ୍ତା ପ୍ରଦାନ କରାଯାଇଛି। ଏଥିସହ ସରକାରଙ୍କ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତୀକରଣ ଯୋଜନାରେ ସାମିଲ କରାଯାଇଛି। ଏହି ଘଟଣା ସଂକ୍ରାନ୍ତରେ ‘ସମାଜ’ରେ ଏକ ବିସ୍ତୃତ ବିବରଣୀ ପ୍ରକାଶ ପାଇଥିଲା।

ଘଟଗାଁ ବ୍ଲକ କାର୍ୟ୍ୟାଳୟରେ ଅତିରିକ୍ତ ବିଡ଼ିଓ ପ୍ରମୋଦ କୁମାର କର ମଧୁବାବୁ ପେନସନ ଯୋଜନାରେ ପରିଚୟ ପୁସ୍ତିକା ସହ ପ୍ରଥମ ପର୍ୟ୍ୟାୟର ୫ଶହ ଟଙ୍କା ସୋମବାର ରାଜେଶଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ବ୍ଲକ କାର୍ୟ୍ୟାଳୟର ସମସ୍ତ ଅଧିକାରୀ, ଉପରଡିହା ପଞ୍ଚାୟତ ସରପଞ୍ଚ ପ୍ରହ୍ଲାଦ ଗାଗରାଇ, ସମିତି ସଭ୍ୟା ଅନୁସୂୟା ବେହେରା, ଜିଆରଏସ ଦିପ୍ତୀରଞ୍ଜନ ପଲେଇ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରୋହିତ ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଚିତ୍ରସେନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ସୂଚନାଯୋଗ୍ୟ ଯେ, ଉଇଲସନ ଭଳି ଦୁରାରୋଗ୍ୟରେ ପୀଡିତ ଧନେଶ୍ବର ବେହେରାଙ୍କ ଏକମାତ୍ର ପୁଅ ରାଜେଶର ଚିକିତ୍ସା ଖର୍ଚ୍ଚ ତାଙ୍କ ପରିବାର ତୁଲାଇ ନପାରି ଶେଷରେ ୧୩ ଜୁଲାଇ ୨୦୧୯ରେ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ଅନୁମତି ଲୋଡି ଚର୍ଚ୍ଚାକୁ ଆସିଥିଲେ। ତେବେ ବିକଳାଙ୍ଗ ପ୍ରମାଣପତ୍ର ସତ୍ତ୍ବେ ତାଙ୍କୁ କୋୖଣସି ଭତ୍ତା ମିଳି ନଥିବା ନେଇ ଚଳିତ ମାସ ୪ ତାରିଖ ‘ସମାଜ’ରେ ପ୍ରକାଶ ପାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories