www.samajalive.in
Sunday, December 14, 2025
19.1 C
Bhubaneswar

ଗୁରୁପ୍ରିୟା ସେତୁରେ ଫାଟ : ଆରମ୍ଭ ହେଲା ମରାମତି କାର୍ଯ୍ୟ

ଚିତ୍ରକୋଣ୍ଡା : ମାଓ ପ୍ରଭାବିତ ଅଞ୍ଚଳରେ ୧୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି। ମାଲକାନଗିରି ଜିଲାର ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଏହି ସେତୁର ୧୬ନମ୍ବର ପିଲାରର ଉପର ଗାର୍ଡର ଅଚଳ ହୋଇପଡିଛି। ଗାର୍ଡର ଏକ୍ସପାନସନ୍ ଜଏଣ୍ଟ ଏଙ୍ଗେଲ କାମ କରୁନାହିଁ। ସେତୁ ଉପରେ ଭାରିଯାନ ଚଳାଚଳ ଯୋଗୁଁ ଗାର୍ଡର ଅଚଳ ହୋଇପଡ଼ିଥିବା ଅନୁମାନ କରାଯାଉଛି। ପୂର୍ତ୍ତ(ପିଡବ୍ଲୁଡ଼ି) ବିଭାଗ ପକ୍ଷରୁ ଗୁରୁପ୍ରିୟା ସେତୁର ମରାମତି କାର୍ୟ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ମାଲକାନଗିରି ଜିଲାର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ୨୦୧୮ଜୁଲାଇ ୨୬ରେ ନିର୍ମାଣ କରାଯାଇଥିଲା। ଏହାଦ୍ବାରା ବିଚ୍ଛିନ୍ନାଞ୍ଚଳକୁ ବାଟ ଫିଟିଥିଲା। ବିଛିନ୍ନାଞ୍ଚଳର ପ୍ରାୟ ୧୦ଟି ପଞ୍ଚାୟତକୁ ଏହି ସମ୍ପର୍କର ସେତୁ ଯୋଡିବା ସହ ଏହି ସେତୁ ଦ୍ୱାରା ବିଚ୍ଛିନ୍ନାଞ୍ଚଳର ୧୫୧ଟି ଗାଁର ୨୦ ହଜାରରୁ ଅଧିକ ଲୋକ ଉପକୃତ ହୋଇଥିଲେ। ଏହାର ଲମ୍ବ ୯୧୦ ମିଟର।

- Advertisement -

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories