www.samajalive.in
Sunday, December 14, 2025
26.1 C
Bhubaneswar

ବସ୍‌ରେ ବିଦ୍ୟୁତ୍‌ ତାର ସ୍ପର୍ଶରେ ୧୦ ଜଣଙ୍କ ପ୍ରାଣହାନି ପ୍ରସଙ୍ଗ: ନିଜଆଡ଼ୁ ମାମଲା ରୁଜୁ କଲେ ହାଇକୋର୍ଟ

କଟକ: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଡାରାଜପୁରଠାରେ ୧୧କେଭି ବିଦ୍ୟୁତ ତାର ଲାଗି ଗୋଟିଏ ବସ୍‌ର ୧୦ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ପ୍ରାଣହାନି ଓ ୨୨ଜଣ ଆହତ ହେବା ଘଟଣାକୁ ନେଇ ଦାୟର ଜନସ୍ବାର୍ଥ ମାମଲାର କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ରାଜ୍ୟ ଶକ୍ତି ବିଭାଗ ଓ ସାଉଥକୋଃ ଠାରୁ ଜବାବ ତଲବ କରିଛନ୍ତି। ତେବେ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଉଚ୍ଚ କ୍ଷମତା ସଂପନ୍ନ ତାର ଟଣାଯିବା ପାଇଁ ରହିଥିବା ନିୟମାବଳୀ ରକ୍ଷଣାବେକ୍ଷଣ ପାଇଁ ରହିଥିବା ବ୍ୟବସ୍ଥା ଗଞ୍ଜାମ ଜିଲାରେ ଘଟି ଯାଇଥିବା ଦୁର୍ଘଟଣାରେ ପାଳନ ହୋଇଛି କି ନାହିଁ ସ୍ପଷ୍ଟ କରିବାକୁ ରାଜ୍ୟ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ଘଟଣାରେ ମୃତାହତଙ୍କ ପରିବାରକୁ କ୍ଷତିପୂରଣ ପ୍ରସଙ୍ଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ଜବାବ ରଖିବାକୁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨କୁ ଧାର୍ୟ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ ମେଣ୍ଡାରାଜପୁର ଡଙ୍କଲପାଡୁ ଗ୍ରାମ୍ୟ ରାସ୍ତାରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗି ଗତ ୮ ତାରିଖରେ ୧୦ ଜଣଙ୍କ ପ୍ରାଣହାନି ହୋଇଥିବା ନେଇ ଫେବୃଆରୀ ୧୦ ତାରିଖରେ ଖବର ପ୍ରକାଶ ପାଇଥିଲା। ବିଦ୍ୟୁତ୍‌ ତାର ଲାଗି ୨୦୧୬, ସେପ୍ଟେମ୍ବର ୨୦ରେ ୬ଜଣ ବସ୍ୟାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଢେଙ୍କାନାଳ ଜିଲା ଭୁବନଠାରେ ଏହି ବସ୍‌ଟିରେ ବିଦ୍ୟୁତ୍‌ ତାର ଲାଗି ଏପରି ଘଟଣା ଘଟିଥିଲା। ଏଥି ସହିତ ଗତ ଦଶନ୍ଧି ମଧ୍ୟରେ ରାଜ୍ୟରେ ବିଦ୍ୟୁତ୍‌ ତାର ଲାଗି ୧୧୭ଟି ହାତୀଙ୍କ ମୃତ୍ୟୁ ହୋଇଥିବା ତଥ୍ୟ ମଧ୍ୟ ଏହି ଖବରରେ ଉଲ୍ଲେଖ କରାଯାଇଥିଲା। ଏକ ଖବର କାଗଜରେ ପ୍ରକାଶିତ ଖବର ସହିତ ହରପ୍ରିୟା ପଟେଲ ଏକ ଚିଠି ହାଇକୋର୍ଟଙ୍କୁ ଲେଖି ଏହି ଘଟଣାରେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା କରିଥିଲେ। ଏହାପରେ ଏହି ଘଟଣାକୁ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ନିଜ ଆଡୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ମାମଲାରେ ରାଜ୍ୟ ଗୃହ ବିଭାଗ, ଶକ୍ତି ବିଭାଗ, ଆଇନ ବିଭାଗ, ଦକ୍ଷିଣାଞ୍ଚଳ ଆରଡିସି ଓ ଗଞ୍ଜାମ ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories