www.samajalive.in
Saturday, December 6, 2025
26.1 C
Bhubaneswar

୫ହଜାର ୪୯୯ଟଙ୍କା ମୂଲ୍ୟରେ “ଆଇଟେଲ ଭିଜନ-୧”ର ବଜାର ପ୍ରବେଶ

– ଆଇଟେଲ ଭିଜନ-୧ରେ ୨ଜିବି ରାମ ସହ ମିଳିବ ୩୨ଜିବି ଷ୍ଟୋରେଜ
– ଆଇଟେଲ ଭିଜନ-୧ରେ ରହିଛି ୪ହଜାର ଏମଏଚ୍ ବ୍ୟାଟେରି
-ଏହି କ୍ୟାମେରାର ଡିଜାଇନ୍ ଆଇଫୋନ-୧୧ ଭଳି
ନୂଆଦିଲ୍ଲୀ : ଆଇଟେଲ କମ୍ପାନୀ ପକ୍ଷରୁ ଭାରତରେ ତାର ନୂଆ ସ୍ମାର୍ଟଫୋନ ଆଇଟେଲ ଭିଜନ-୧ର ବଜାର ପ୍ରବେଶ
ହୋଇଛି। ଏହି ଫୋନରେ ଏଚଡି ପ୍ଲସ୍ ଡ଼ିସପ୍ଲେ ଦିଆଯାଇଛି। ଏହାବ୍ୟତୀତ ଫୋନର ରିଅର କ୍ୟାମେରା ଓ ଡ଼ିଜାଇନ୍ ଅବିକଳ ଆଇଫୋନ ୧୧ ସିରିଜ ଭଳି। ଫୋନରେ ଅକ୍ଟାକୋର ପ୍ରୋସେସର ଦିଆଯାଇଛି।
ଫୋନର ମୂଲ୍ୟ ମାତ୍ର ୫ହଜାର ୪୯୯ଟଙ୍କା ହୋଇଥିବା ବେଳେ ଏହାର ବିକ୍ରି ରିଟେଲ ଷ୍ଟୋରରେ ଆରମ୍ଭ ହୋଇ ସାରିଛି। ଫୋନରେ ଜିଓ ତରଫରୁ ୨ହଜାର ୨୦୦ଟଙ୍କାର କ୍ୟାସବ୍ୟାକ୍ ଓ ୨୫ଜିବି ଅତିରିକ୍ତ ଡ଼ାଟା ସମ୍ପୂର୍ଣ୍ଣ ମାଗଣାରେ ମିଳିବ।
ଆଇଟେଲ ଭିଜନ-୧ରେ ଡ଼ୁଆଲ ସିମ ସପୋର୍ଟ ରହିଛି। ଏହାବ୍ୟତୀତ ଫୋନରେ ଆଣ୍ଡ୍ରଏଡ ପାଇ ୯.୦ମିଳିବ। ଆଇଟେଲର ଏହି ଫୋନରେ ୬ଇଞ୍ଚର ଏଚଡି ପ୍ଲସ୍ ଡ଼ିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍ ୭୨୦/୧୫୬୦ ପିକ୍ସଲ । ଆଇଟେଲ ଭିଜନ-୧ରେ ୨ଜିବି ରାମ ସହ ୩୨ଜିବି ଷ୍ଟୋରେଜ ମିଳିବ। ଯାହାକୁ ମୋମୋରି କାର୍ଡ଼ ମାଧ୍ୟମରେ ୧୨୮ଜିବି ପର୍ଯ୍ୟନ୍ତ ବଢାଇପାରିବେ।

pic courtesy-jansatta

ଏହାର କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିଅର କ୍ୟାମେରା ଦିଆଯାଇଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୮ମେଗାପିକ୍ସେଲର ହୋଇଥିବା ବେଳେ ଅନ୍ୟଟି ୦.୮ମେଗାପିକ୍ସେଲର ଡେପଥ୍ ଲେନ୍ସ ରହିଛି। ଏଥିରେ ୫ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। କ୍ୟାମେରା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବ୍ୟୁଟି ମୋଡ଼, ପୋଟ୍ରେଟ୍ ମୋଡ଼, ଏଚଡିଆର ଏବଂ ସିନ୍ ଡିଟେକସନ୍ ଭଳି ଫିଚର ରହିଛି।
ଆଇଟେଲ ପକ୍ଷରୁ ଏଥିରେ ୪ହଜାର ଏମ୍ଏଚ୍ ବ୍ୟାଟେରି ଦିଆଯାଇଛି। ଏଥିରେ ଟିପଚିହ୍ନ ସେନସର ରହିଛି। ଏହାବ୍ୟତୀତ ଫେସ୍ ଅନଲକ୍ ସୁବିଧା ମଧ୍ୟ ରହିଛି। ଏହାସହିତ ଏଥିରେ ୭୯୯ଟଙ୍କାର ବ୍ଲୁଟୁଥ ହେଡଫୋନ ମାଗଣାରେ ମିଳିବ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories