www.samajalive.in
Saturday, December 6, 2025
14.1 C
Bhubaneswar

ଦିଲ୍ଲୀ ବିମାନ ବନ୍ଦରରେ ବ୍ରିଟିଶ ମହିଳା ସାଂସଦ ଅଟକ

ନୂଆଦିଲ୍ଲୀ: କାଶ୍ମୀର ଗସ୍ତରେ ଆସିଥିବା ବିଭିନ୍ନ ରାଷ୍ଟ୍ରର ସାଂସଦମାନଙ୍କ ନେତୃତ୍ଵ ନେଇଥିବା ବ୍ରିଟିଶ ମହିଳା ସାଂସଦ ଡେବି ଆବ୍ରାହମ୍ସଙ୍କୁ ସୋମବାର ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ବୈଧ ଭିଜା ନ ଥିବାରୁ ତାଙ୍କୁ ଦୁବାଇ ଫେରାଇ ଦିଆଯାଇଛି। ତେବେ ତାଙ୍କ ଭିଜା ବୈଧ ଥିଲା ବୋଲି ସାଂସଦ ଆବ୍ରାହମ୍ସ ଅଭିଯୋଗ କରିଛନ୍ତି। ମାତ୍ର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାକୁ ଖାରଜ କରିଦେଇଛନ୍ତି। ବ୍ରିଟିଶ ମହିଳା ସାଂସଦଙ୍କ ଇ-ଭିଜା ରଦ୍ଦ କରିଦିଆଯାଇଥିବା ତାଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା। ଏହା ସତ୍ବେ ସେ କାଶ୍ମୀର ଗସ୍ତରେ ଆସିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ବ୍ରିଟେନ ଲେବର ପାର୍ଟିର ସଦସ୍ୟ ତଥା କାଶ୍ମୀର ଗସ୍ତରେ ଆସିଥିବା ସର୍ବଦଳୀୟ ସଂସଦୀୟ କମିଟିର ଅଧ୍ୟକ୍ଷ ଡେବି ଆବ୍ରାହମ୍ସ କହିଛନ୍ତି ​ ଯେ, ସେ ସୋମବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ କୁହାଯାଇଥିଲା ଯେ ତାଙ୍କ ଇ-ଭିଜା ରଦ୍ଦ କରିଦିଆଯାଇଛି, ଯେତେବେଳେ କି ତାହା ୨୦୨୦ ଅକ୍ଟୋବର ପର୍ଯ୍ୟନ୍ତ ବୈଧ ଥିଲା। ସାଂସଦଙ୍କ ଏହି ଅଭିଯୋଗ ଉପରେ ଗୃହ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଯେ, ସମ୍ପୃକ୍ତ ବ୍ରିଟିଶ ସାଂସଦଙ୍କୁ ଭାରତ ଆସିବା ପୂର୍ବରୁ ଭିଜା ରଦ୍ଦ ହୋଇଯାଇଥିବାର ସୂଚନା ଦିଆଯାଇଥିଲା। ଏହା ସତ୍ବେ ସେ ଭାରତ ଆସିବାକୁ ନିଷ୍ପତ୍ତି ନେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories