ଗୁରୁବାର ରାଶିଫଳ

0

ମେଷ: ପାରିବାରିକ ବୁଝାମଣା ଠିକ୍‍ ରହିବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ ହେବେ। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ।

ବୃଷ: ଚିନ୍ତାଧାରା ସୁଦୂର ପ୍ରସାରି ହେବ। ରୋଜଗାର ଆଶାନୁରୂପ ହେବ। ସରକାରୀ ଅର୍ଥ ମିଳିପାରେ। ଗୃହର ପରିବେଶ ଠିକ୍‍ ରହିବ। କୀର୍ତ୍ତିର୍, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁ କିଛି ମିଳିପାରେ। ସୁଗୁଣର ଅଧିକାରୀ ହେବେ।

ମିଥୁନ: କାର୍ଯ୍ୟ ଶୃଙ୍ଖଳିତ ହେବ। ଧନବାନ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧାର୍ମିକ ପ୍ରବୃତ୍ତିର ହେବେ। ଶିଳ୍ପ ପାରଦର୍ଶୀ ହୋଇପାରନ୍ତି। ହାସ୍ୟଯୁକ୍ତ ଓ ଚଞ୍ଚଳ ଚେଷ୍ଟିତ ହେବେ। ସୁଖଭୋଗ କରିବେ।

କର୍କଟ: ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ଚୋରମାନଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ସରକାରଙ୍କ ବିରାଗ ଭାଜନ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ସିଂହ: ନୂତନ ଆୟର ପନ୍ଥା ନିର୍ଦ୍ଧାରଣ କରିପାରନ୍ତି। କର୍ମକ୍ଷେତ୍ର ପ୍ରାଧାନ୍ୟ ବିସ୍ତାର କରିବେ। ସୁବର୍ଣ୍ଣାଦି ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତ ହୋଇପାରନ୍ତି। ଉତ୍ତମା ପତ୍ନୀଙ୍କ ସାହଚର୍ଯ୍ୟ ପାଇ ଆଶ୍ୱସ୍ତ ହେବେ। ଯଶସ୍ୱୀ ହୋଇପାରନ୍ତି।

କନ୍ୟା: ଦୁଶ୍ଚିନ୍ତା ଦୂରେଇ ଯିବ। କ୍ରୋଧ ସମ୍ବରଣ କଲେ ବହୁ ସମ୍ମାନର ଅଧିକାରୀ ହେବେ। ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ। ବହୁଧନର ଅଧିକାରୀ ହେବେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରୁ ସମ୍ମାନ ମିଳିବ। ସର୍ବ ସୁଖ ମିଳିବ।

ତୁଳା: ଆତ୍ମ ସଂଯମୀ ହେବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ। ଶ୍ରେଷ୍ଠ ସମ୍ମାନ ମିଳିବ। ଯାନବାହନଯୁକ୍ତ ହୋଇପାରନ୍ତି। ଶ୍ରେଷ୍ଠ ପଦ-ପଦବୀରେ ଆରୁଢ଼ ହେବେ।

ବିଛା: ଶତ୍ରୁ ଦ୍ୱାରା ଲାଭବାନ ହେବେ। ଧୈର୍ଯ୍ୟ ଧରି ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ଭ୍ରାତୃଭାବ ବୃଦ୍ଧି ହେବ। ଧନଭୋଗ ଓ ଐଶ୍ଚର୍ଯ୍ୟ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ତେଜୀୟାନ ହେବେ। ବାହୁରେ ପୀଡ଼ା ଉପୁଜି ପାରେ। କୃଷିକ୍ଷେତ୍ରରୁ ତ୍ୱରାନ୍ୱିତ କରିବେ।

ଧନୁ: ଗୁଣବାନ୍‍ ବ୍ୟକ୍ତି ଭାବେ ସାମାଜିକ ସ୍ତରରେ ଆଦର ଲାଭ କରିବେ। ସୁଖରେ ଦିନଟି ଅତିବାହିତ ହେବ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ଯଶସ୍ୱୀ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ। ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବେ।

ମକର: ବନ୍ଧୁ ମହଲରେ ସମ୍ମାନିତ ହେବେ। ଆଶାବାଦୀ ହୋଇପାରନ୍ତି। ତ୍ୟଗାଶୀଳ ଓ ନୀତିଜ୍ଞ ହେବେ। ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ସୃଷ୍ଟି ହୋଇଛି। ସରଳ ପ୍ରକୃତିର ହେବେ। ସହିଷ୍ଣୁ ବ୍ୟକ୍ତି ଭାବେ ଜନାଦୃତ ହେବେ।

କୁମ୍ଭ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧନବାନ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ଯଥେଷ୍ଟ ପରିମାଣର ହେବ। ଚଞ୍ଚଳ ଚେଷ୍ଟିତ ହେବେ। ନୂଆ ବନ୍ଧୁମାନେ ସାହାଯ୍ୟର ହାତ ବଢ଼ାଇବେ। ସୁଖୀ ହେବେ।

ମୀନ: ମିତ୍ର ମାନଙ୍କ ସାନ୍ନିଧ୍ୟ ଲାଭ କରି ପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଚକ୍ଷୁରେ ପୀଡ଼ା ଉପୁଜି ପାରେ। ପୁତ୍ର ସୁଖ ମିଳିବ। ଜିତେନ୍ଦ୍ରିୟ ହେବେ। କୀର୍ତ୍ତିମାନ ହୋଇପାରନ୍ତି।

Leave A Reply