www.samajalive.in
Friday, December 12, 2025
16.1 C
Bhubaneswar

ତିନୋଟି କ୍ୟାମେରା ଓ ୬.୫ଇଞ୍ଚ ଡ଼ିସପ୍ଲେ ସହ “ଓପୋ ଏ୩୧”ର ବଜାର ପ୍ରବେଶ

-ଏହାକୁ ପ୍ରଥମେ ଇଣ୍ଡୋନେସିଆରେ ଲଞ୍ଚ କରାଗଲା
– ଓପୋ ଏ୩୧ରେ ଟ୍ରିପଲ ରିଅର କ୍ୟାମେରା ରହିଛି
-ମିଳିବ ୪ହଜାର ୨୩୦ଏମ୍ଏଚର ବ୍ୟାଟେରି ସପୋର୍ଟ
ନୂଆାଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ତିନୋଟି ରିଅର କ୍ୟାମେରା ଥିବା “ଓପୋ ଏ୩୧”ର ବଜାର ପ୍ରବେଶ କରିଛି। ଏହାକୁ ପ୍ରଥମ କରି ଇଣ୍ଡୋନେସିଆରେ ଲଞ୍ଚ କରାଯାଇଛି। ଏହି ଫୋନରେ ୬.୫ଇଞ୍ଚର ଏଚଡି ପ୍ଲସ୍ ଡିସପ୍ଲେ ଦିଆଯାଇଛି। ଏହାବ୍ୟତୀତ ଫୋନରେ ତିନୋଟି କ୍ୟାମେରା ଓ ଜବରଦସ୍ତ ପ୍ରୋସେସର ରହିଛି। ଏହି ଫୋନର ମୂଲ୍ୟ ୧୩ହଜାର ୬୦୦ଟଙ୍କା। ଓପୋ ଏ୩୧କୁ କଳା ଏବଂ ଧଳା ଦୁଇଟି ରଙ୍ଗ ସହ ବଜାରକୁ ଛଡାଯାଇଛି।

pic courtesy-BGR india

“ଓପୋ ଏ୩୧”ରେ ୬.୫ଇଞ୍ଚର ଏଚଡି ପ୍ଲସ୍ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍ ୧୫୨୦/୭୨୦ପିକ୍ସଲ। ଏହାସହିତ ଏଥିରେ ମିଡ଼ିଆଟେକ୍ ହିଲିଓ ପି୩୫ ଚିପସେଟ୍ ଏବଂ ୪ଜିବି ରାମ, ୧୨୮ଜିବି ଷ୍ଟୋରେଜ ରହିଛି। ଫୋନରେ ଦିଆଯାଇଥିବା ତିନୋଟି କ୍ୟାମେରା ମଧ୍ୟରୁ ଗୋଟିଏ ୧୨ମେଗାପିକ୍ସେଲର ପ୍ରାଇମେରୀ ସେନସର, ଦ୍ବିତୀୟଟି ୨ମେଗାପିକ୍ସେଲର ଡେପଥ୍ ସେନସର ଏବଂ ୨ମେଗାପିକ୍ସେଲର ମାଇକ୍ରୋ ଲେନ୍ସ ରହିଛି। ଏହାବ୍ୟତୀତ କମ୍ପାନୀ ପକ୍ଷରୁ ୮ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।

- Advertisement -

ସଂଯୋଗ ପାଇଁ ଫୋନରେ ୪ଜି ଭୋଲଟିଇ, ବ୍ଲୁଟୁଥ, ୱାଇ-ଫାଇ, ଜିପିଏସ୍, ୩.୫ଏମଏମ୍ ଅଡ଼ିଓ ଜ୍ୟାକ୍ ଏବଂ ୟୁଏସବି ପୋର୍ଟ ଦିଆଯାଇଛି। ଏହାବ୍ୟତୀତ ଫୋନରେ ୪ହଜାର ୨୩୦ଏମ୍ଏଚ୍ ବ୍ୟାଟେରି ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories