www.samajalive.in
Wednesday, December 10, 2025
26.1 C
Bhubaneswar

ପୂର୍ବଭାରତ ସମେତ ପୂର୍ବ ଏସିଆ ଏବଂ ବିଶ୍ବର ବିକାଶ ଇଞ୍ଜିନର କେନ୍ଦ୍ରବିନ୍ଦୁ ହେବ ଓଡ଼ିଶା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ଆଗାମୀ ଦିନରେ ଓଡ଼ିଶା କେବଳ ଭାରତ ତଥା ପୂର୍ବ ଭାରତର ଅର୍ଥନତୀର ଆବଶ୍ୟକତା ପୂରଣ କରିବ ନାହିଁ। ବରଂ ଦକ୍ଷିଣ ପୂର୍ବ ଏସିଆ ଏବଂ ବିଶ୍ବର ବିକାଶ ଇଞ୍ଜିତର କେନ୍ଦ୍ରବିନ୍ଦୁ ମଧ୍ୟ ହେବ ବୋଲି ରବିବାର ନୂଆଦିଲ୍ଲୀ ଠାରେ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଷ୍ଟାର୍ଟଅପ୍ ଜାତୀୟ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି।

- Advertisement -

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଇନୋଭେସନ୍ ଓ ଟେକ୍ନୋଲୋଜି ନୂଆ ବ୍ୟବସାୟିକ ମଡେଲ ଜନ୍ମ ଦେଇଛି ଏବଂ ଶିଳ୍ପ ବିପ୍ଲବ ୪.୦ ଏଦିଗରେ ବଡ଼ ପରିବର୍ତ୍ତନ। ଓଡ଼ିଶାର ସ୍ବତନ୍ତ୍ର ଭୌଗୋଳିକ ସ୍ଥିତି ଆଗାମୀ ଦିନରେ ସମ୍ଭାବ୍ୟ ଅର୍ଥନୀତିକୁ ଦର୍ଶାଉଛି। ଏବଂ ପୂର୍ବ ଭାରତ ବିକାଶରେ ପେଣ୍ଠସ୍ଥଳୀ ଭାବେ ଛିଡା ହୋଇଛି ବୋଲି ସେ କହିଛନ୍ତି।

 

ଓଡ଼ିଶା ସମାଜ ଏକ ବୌଦ୍ଧିକ ସମ୍ପର୍ଣ୍ଣ ସମାଜ। ଏହି ବୌଦ୍ଧିକ କ୍ଷମତା ମାଧ୍ୟମରେ ଓଡ଼ିଆ ଲୋକ ବିଶ୍ବକୁ ଜୟ କାରିପାରିବେ। ମାତ୍ର ଓଡ଼ଆ ଲୋକ ତଥା ଓଡ଼ିଶାର ବିକାଶ ପାଇଁ ଇାକୋସିଷ୍ଟମ ତିଆରି କରିବା ଆବଶ୍ୟକତା ରହିଛି। ଯାହାଦ୍ବାରା ଓଡ଼ିଶାର ସାଧାରଣ ଗରିବ ଘରର ଯୁବପିଢୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତାକୁ ସଠିକ୍ ମାର୍ଗରେ ପ୍ରତିପାଦିତ କରିପାରିବେ।

ବିଶେଷ ଭାବରେ ଲୋକଙ୍କ ଆତ୍ମବିଶ୍ବାସକୁ ବଢାଇଲେ ହିଁ ରାଜ୍ୟ ଆଗକୁ ବଢିପାରିବ। ସେହିପରି ଯେଉଁ ପର୍ଯ୍ୟନ୍ତ ସମାଜ ଆଗକୁ ବଢିବ ନାହିଁ ସେହି ଅଞ୍ଚଳର ବିକାଶ ମଧ୍ୟ ଦ୍ରୁତଗାମୀ ହେବନାହିଁ। ତେଣୁ ସମାଜର ବିକାଶ ପାଇଁ ସବୁ ବର୍ଗର ଲୋକମାନେ ଆଗକୁ ଆସିବା ଦରକାର।

ଓଡ଼ିଆ ପିଲାର ବୌଦ୍ଧିକ ଶକ୍ତି ଓଡ଼ିଆ ଜାତିର ସମ୍ବଳ ଆମର ଦାୟିତ୍ବ ଆମ ପିଲାମାନଙ୍କ ଭିତରେ ଥିବା ବୁଦ୍ଧିମତାକୁ ଉପଯୁକ୍ତ ପ୍ରଶିକ୍ଷଣ ମାଧ୍ୟମରେ ରୂପଦେବା। ଏହା ହେଲେ ହିଁ ଓଡ଼ିଶାର ବିକାଶ ସମ୍ଭବ ଏବଂ ସଂପ୍ରତି ସମୟର ଆହ୍ବାନ ମଧ୍ୟ। ଯଦି ଆମେ ଉପଯୁକ୍ତ ଦକ୍ଷତା ବିକାଶରେ ସଫଳ ହେବା ଆମର ପିଲା ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗି କ୍ଷେତ୍ରରେ ନୂଆ କିର୍ତ୍ତୀମାନ ରଚି ପାରିବେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ରକେଟ ଉତକ୍ଷେପଣ କ୍ଷେତ୍ରରେ ଉଚ୍ଚକୋଟିର ଗବେଷଣା ପାଇଁ ଲିମକା ବୁକ୍ ରେକର୍ଡରେ ସ୍ଥାନ ପାଇଥିବା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଦୂରଦୃଷ୍ଟି ପ୍ରଶଂସନୀୟ। ଓଡ଼ିଶାର ସାଧାରଣ ଘରର ମେଧାବୀ ପିଲାମାନେ ପାଠ ପଢିବା ସମୟରେ ହିରାକୁଦ ଡ୍ୟାମର ସିଲିଟେସନ୍ ସମସ୍ୟାର ସମାଧାନ ପାଇଁ ଚିନ୍ତା କଲେ। ଏହା ହିଁ ପାଠାର ମୂଳ ଉଦ୍ୟେଶ୍ୟ ହେବା ଦରକାର।

୨୦୩୬ମସିହାକୁ ଓଡ଼ିଶାକୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶହେ ବର୍ଷ ପୂରିବ। ମାତ୍ର ସ୍ବାଧୀନତାର ୭୫ବର୍ଷର ପରେ ମଧ୍ୟ ରାଜ୍ୟରେ ୨୫ଟି ଜିଲାରେ ନବଜାତ ଶିଶୁମାନେ କୁପୋଷଣର ଶିକାର ହେବା ସମ୍ପ୍ରତି ସମୟର ବଡ଼ ସମସ୍ୟା। ତେଣୁ ଏହାକୁ ସମାଜର ସବୁ ବର୍ଗର ଲୋକଙ୍କ ସହ ମିସି ସମାଧାନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories