www.samajalive.in
Saturday, December 6, 2025
16.1 C
Bhubaneswar

ସୁଖମୟ ବୈବାହିକ ଜୀବନ ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଜୀବନରେ ବିଭିନ୍ନ ସମସ୍ୟା ସମାଧାନ ପାଇଁ ବାସ୍ତୁର ବହୁ ନିୟମ ଜୀବନରେ ଲୋକେ ଆପଣେଇ ଥାଆନ୍ତି।
ଯେକୌଣସି ପରିବାରର ଉନ୍ନତି ଓ ଖୁସି ନିମନ୍ତେ ଦମ୍ପତିଙ୍କ ମଧ୍ୟରେ ଭଲ ପାଇବା, ବିଚାରଶକ୍ତି ,ବିଶ୍ୱାସ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ମାତ୍ର ଯଦି କୋଣସି କାରଣରୁ ପତି-ପତ୍ନୀଙ୍କ ମଧ୍ୟ କଳହ ହେଉଥାଏ ଅଥବା ସର୍ବଦା ଅଶାନ୍ତି ଲାଗି ରହିଥାଏ, ତେବେ ଏହାର ପ୍ରଧାନ କାରଣ ବାସ୍ତୁ ଦୋଷ ହୋଇଥାଏ। ଏହି ସମସ୍ୟାକୁ ନିଜ ଜୀବନରୁ ଦୂର କରିବା ନିମନ୍ତେ କିଛି ସହଜ ଉପାୟ ରହିଛି ଯାହାକୁ ଆପଣେଇବା ଦ୍ୱାରା ଜୀବନ ସୁଖଶାନ୍ତିରେ ପୂର୍ଣ୍ଣ ହୋଇଥାଏ। ଜାଣନ୍ତୁ ତାହା କ’ଣ….
ଜଳ ସମ୍ବନ୍ଧୀୟ ବସ୍ତୁ, ତେଲ ଟିଣ, ଭଙ୍ଗା ଆଇନା, ଝାଡ଼ୁ, ରୋଷେଇ ସାମଗ୍ରୀ ଯଥା କଡ଼େଇ, ତାଟିଆ ଆଦି ଶୟନ କକ୍ଷରେ ରଖନ୍ତୁ ନାହିଁ।
ଯଦି ନାରୀଟିଏ ନିଜ ହାତରେ ସବୁଜ ରଙ୍ଗର ଛୁଡ଼ି ପିନ୍ଧନ୍ତି , ତେବେ ଦାମ୍ପତ୍ୟ ଜୀବନରେ ଭଲ ପାଇବା ବୃଦ୍ଧି ହୋଇଥାଏ। ନିଜ ଶୋଇବା ଘରର କାନ୍ଥ ଗୋଲାପି କିମ୍ବା ଫିକା ହଳଦିଆ ରଙ୍ଗର ହେଲେ ବହୁତ ଭଲ ହୋଇଥାଏ।
ସଂପର୍କ ସୁଦୃଢ ପାଇଁ ପତ୍ନୀ, ପତିର ସର୍ବଦା ବାମ ପଟେ ଶୋଇବା ଉଚିତ। ଶୋଇବା ଘରେ ଠାକୁରଙ୍କ ଫଟୋ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଅଶାନ୍ତି ଲାଗି ରହିଥାଏ।
ମହିଳା ମାନେ ଦାନ କରିବା ସମୟରେ ସେହି ଦାନ ସାମଗ୍ରୀରେ ଲାଲ ସିନ୍ଦୂର, ଅତର, ଚଣା ଡ଼ାଲି, କେଶର ରଖନ୍ତୁ। ନିୟମିତ ନିଜ ଠାରୁ ବୟସରେ ବଡ଼ ନାରୀଙ୍କୁ ପ୍ରଣାମ କରିବା ଉଚିତ। ଏହା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories