www.samajalive.in
Friday, December 5, 2025
20.1 C
Bhubaneswar

କରୋନା ଅପଡେଟ୍ : ମୃତ୍ୟୁ ସଂଖ୍ୟା ୧୬୬୫, ନୋଟ୍‍ ବିଶୋଧନ ଆରମ୍ଭ କଲା ଚୀନର କେନ୍ଦ୍ରୀୟ ବ୍ୟାଙ୍କ

ବେଜିଂ : ଚୀନରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ସଂକ୍ରମଣ ଜନିତ ବ୍ୟାଧିରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ସରକାରୀ ଭାବେ
୧୬୬୫ ହୋଇଛି। ଏହି ରୋଗର ଉତ୍ପତ୍ତିସ୍ଥଳ କୁହାଯାଉଥିବା ହୁବେଇ ପ୍ରଦେଶରେ ଶନିବାର ଗୋଟିଏ ଦିନରେ ୧୩୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ରାଜ୍ୟର ଜଣେ ପ୍ରାଦେଶିକ ଅଧିକାରୀ କହିଛନ୍ତି, ୧୮୪୩ ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି ଏବଂ ସମଗ୍ର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮,୫୦୦ ଟପିଛି। ଏପର୍ଯ୍ୟନ୍ତ ହୁବେଇ ପ୍ରଦେଶରେ ସର୍ବାଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ଇତିମଧ୍ୟରେ ଫ୍ରାନ୍ସରେ କରୋନା ଭୂତାଣୁ ସଂକ୍ରମଣ ଘଟଣା ଘଟିଛି। ଏଥିରେ ଆକ୍ରାନ୍ତ ଜଣେ ଫରାସୀ ନାଗରିକ ପ୍ରାଣ ହରାଇଛନ୍ତି। ଏସିଆ ବାହାରକୁ ଏହି ବ୍ୟାଧି ବ୍ୟାପୁଥିବାରୁ ବିଶ୍ୱବ୍ୟାପି ଏକ ମହାମାରୀ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ଚୀନର କେନ୍ଦ୍ରୀୟ ବ୍ୟାଙ୍କ ଏହି ରୋଗ ବ୍ୟାପୁଥିବାରୁ ବ୍ୟାଙ୍କ ନୋଟ୍‍ ଦ୍ୱାରା ଯେପରି ଭୂତାଣୁ ସଂକ୍ରମଣ ନ ହୁଏ, ସେଥିପାଇଁ ପଦକ୍ଷେପ ଗ୍ରହଣ କରିଛି। ଲୋକମାନଙ୍କ ଦ୍ୱାରା ବ୍ୟବହୃତ ନୋଟ୍‍ଗୁଡ଼ିକୁ ବିଶୋଧିତ କରାଯିବା ସହ ୧୪ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପରେ ପୁଣି ବଜାରକୁ ଛଡ଼ାଯାଉଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories