www.samajalive.in
Saturday, December 6, 2025
15.1 C
Bhubaneswar

ଜିବି ନଗର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୩୬୭ ପଞ୍ଜିକୃତ

ଖୁଣ୍ଟା: ଗୋପବନ୍ଧୁ ନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୩୬୭ ଜଣ ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜିକରଣ କରାଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୩ ଜଣଙ୍କୁ ପ୍ରମାଣ ପ୍ରତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି। ୧୦୩ ଜଣଙ୍କୁ ଉପକରଣ ପ୍ରଦାନ ପାଇଁ ଚୟନ କରାଯାଇଥିବା ବେଳେ ଶଲ୍ୟ ଚିକିତ୍ସା ପାଇଁ ୩ ଜଣ, ଡିଆରଆଇ ଋଣ ପାଇଁ ୧୧ଜଣ, ବାଣିଶ୍ରୀ ବୃତ୍ତି ପାଇଁ ୩ ଜଣ, ଧନ୍ଦାମୂଳକ(ଭୋକେସନାଲ) ପ୍ରଶିକ୍ଷଣ ପାଇଁ ୩ ଜଣ, ୧୬୭ଙ୍କୁ ବସ ପାସ ଓ ୧୭୭ଜଣ ରୋଜଗାର ସହାୟତା ପାଇଁ ଚୟନ ହୋଇଛନ୍ତି।

ଶିବିରରେ ବ୍ଲକ ଅଧ୍ୟକ୍ଷ ସୁକେଶ୍ୱର ମଢେଇ, ବିଡିଓ ରବିନ୍ଦ୍ର ମଲ୍ଲିକ ଉପସ୍ଥିତ ଥିବା ବେଳେ , ସାମାଜିକ ସୁରକ୍ଷା ଅଧିକାରୀ ପୁଷ୍ପଲତା ଦିକ୍ଷୀତଙ୍କ ପରିଚାଳନାରେ ବିଭିନ୍ନ ବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ। ବାରିପଦାରୁ ଆସିଥିବା ଡାକ୍ତରୀ ଦଳରେ ଅସ୍ଥିଶଲ୍ୟ ବିଶେଷଜ୍ଞ ମୋହନ ଚନ୍ଦ୍ର ମୁର୍ମୁ, ମେଡିସିନ ବିଶେଷଜ୍ଞ ଶୈଳେନଦ୍ର ନାଥ ସିଂ, ଇଏନଟି ବିଶେଷଜ୍ଞ ରାଜେଶ କର, ଚକ୍ଷୁ ବିଶେଷଜ୍ଞ ମଞ୍ଜୁଳା ପ୍ରଧାନ ଓ ମାନସିକ ରୋଗ ବିଶେଷଜ୍ଞ ପ୍ରଦୀପ କୁମାର ନାଏକ ଭିନ୍ନକ୍ଷମମାନଙ୍କୁ ପରୀକ୍ଷା କରିଥିଲେ। ପାରାମେଡିକାଲ ଟିମ ସେମାନଙ୍କୁ ସହାୟତା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories