www.samajalive.in
Friday, December 12, 2025
14.1 C
Bhubaneswar

ଶପଥଗ୍ରହଣକୁ ଆସିବ ‘କୁନି ମଫଲରମ୍ୟାନ୍‌’

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ସଦସ୍ୟ ସଂଖ୍ୟା ବିସ୍ମୟଜନକ ଭାବେ ବୃଦ୍ଧିପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଏକ ନିୟୁତରୁ ଅଧିକ ଜନତା ଆପ୍‌ର ସଦସ୍ୟତା ଗ୍ରହଣ କରିଥିବା ଦଳପକ୍ଷରୁ ଟ୍ବିଟର ମାଧ୍ୟମରେ ଦାବିକରାଯାଇଛି। ନିର୍ବାଚନ ଫଳାଫଳ ପ୍ରକାଶ ସହିତ ଆପ୍‌ ପକ୍ଷରୁ ଦେଶଗଠନ ପାଇଁ ‘ଆପ୍‌ରେ ଯୋଗଦିଅ, ଦେଶ ଗଠନରେ ସହାୟକ ହୁଅ’ ଏବଂ ‘ମେଁ ଭି ଆମ୍‌ ଆଦ୍‌ମୀ’ ଅଭିଯାନକୁ ପୁନଃ ଆରମ୍ଭ କରାଯାଇଥିଲା। ଏଥିପାଇଁ ଏକ ଫୋନ୍‌ ନମ୍ବର ଦିଆଯାଇଥିଲା ଓ ଏଥିରେ ମିସ୍‌ଡ କଲ୍‌ ଦେବାକୁ କୁହାଯାଇଥିଲା। ଏହାକୁ ବିପୁଳ ସମର୍ଥନ ମିଳିଥିବା ପାର୍ଟି ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ନିର୍ବାଚନ ଫଳ ପ୍ରକାଶ ପରେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ‘ଛୋଟ କେଜରିୱାଲ’ଙ୍କୁ ଆସନ୍ତା ୧୬ତାରିଖ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରଣ କରାଯିବ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏକ ଶିଶୁକୁ ଆପ୍‌ ଟୋପି ଓ ‘ମଫଲର’ ପିନ୍ଧାଇ ‘କୁନି କେଜରିୱାଲ’ ତଥା ‘କୁନି ମଫଲରମ୍ୟାନ୍‌’ ବୋଲି ଦର୍ଶାଯାଇଥିଲା ଓ ଏହା ସର୍ବାଧିକ ଲୋକପ୍ରିୟତା ଲାଭ କରିଥିଲା। ଏହି ଶିଶୁର ପରିଚୟ ମିଳିଛି ଓ ତାର ନାମ ଅଭ୍ୟାନ୍‌ ତୋମାର ବୋଲି ଜଣାପଡ଼ିଛି। ଅଭ୍ୟାନ୍‌ ହେଉଛି ବ୍ୟବସାୟୀ ରାହୁଲ ଓ ମୀନାକ୍ଷୀ ତୋମାରଙ୍କ ପୁଅ ଏବଂ ତାର ବୟସ ମାତ୍ର ଏକ ବର୍ଷ। ଏହି ଦମ୍ପତି ଆପ୍‌ ସମର୍ଥକ। ଟ୍ବିଟରରେ ପ୍ରଥମେ ଅଭ୍ୟାନ୍‌ର ମଫଲର, ଟୋପିପିନ୍ଧା ଫଟୋ ପ୍ରସାରିତ ହୋଇଥିଲା।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories