www.samajalive.in
Monday, December 8, 2025
16.1 C
Bhubaneswar

ମହାଶିବରାତ୍ରୀ ବିଶେଷ : ଜାଣନ୍ତୁ ଦେବଙ୍କଦେବ ମହାଦେବଙ୍କ ୯ଟି ଶୃଙ୍ଗାର

ମହାଶିବରାତ୍ରୀ ସମସ୍ତଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ। ଏହି ଦିନ ସମ୍ପୂର୍ଣ୍ଣ ବିଧିବିଧାନରେ ମହାଦେବଙ୍କ ଆରାଧନା କରାଯାଇଥାଏ। ଚଳିତ ବର୍ଷ ମହାଶିବରାତ୍ରୀ ୨୧ ଫେବୃଆରୀ। ଏହି ଦିନ ସମସ୍ତ ଶୈବପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏହାସହ ଏଭଳି ଏକ ବିଶେଷ ଦିନରେ ପ୍ରଭୁ ଭୋଳାଶଙ୍କରଙ୍କ ପୂର୍ଣ୍ଣ ରୂପରେ ଶୃଙ୍ଗାର କରିବା ଦ୍ୱାରା ଅକ୍ଷୟ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ପ୍ରଭୁ ଶିବଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ବ୍ୟକ୍ତିଙ୍କ ସମସ୍ତ ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ ବୋଲି କୁହାଯାଏ। ଖୁବ କମ ଲୋକେ ଭୋଳାଶଙ୍କରଙ୍କ ୯ଟି ବିଶେଷ ଶୃଙ୍ଗାର ବିଷୟରେ ଜାଣିଥିବେ। ଜାଣନ୍ତୁ ପ୍ରଭୁଙ୍କର ସେହି ୯ଟି ଶୃଙ୍ଗାର ବିଷୟରେ ଯାହା ପ୍ରଭୁଙ୍କୁ ବେଶ ପସନ୍ଦ ଓ ତାଙ୍କ ୯ ଟି ରତ୍ନ ସହ ମଧ୍ୟ ଜଡ଼ିତ।
– ପ୍ରଭୁଙ୍କ ୯ଟି ରତ୍ନ ହେଉଛି, ପାଦରେ କଡ଼ା, ମୃଗଛାଲ, ରୁଦ୍ରାକ୍ଷ, ନାଗଦେବତା, ଡ଼ମ୍ବରୁ, ତ୍ରିଶୁଳ, ମସ୍ତକରେ ଗଙ୍ଗା ଓ ଚନ୍ଦ୍ରମା ଆଦି। ଏହି ସମସ୍ତ ରତ୍ନର ମହତ୍ତ୍ୱ ଭିନ୍ନ ଭିନ୍ନ।
– ଭଗବାନ ଶିବଙ୍କ ପ୍ରତ୍ୟେକ ରତ୍ନଙ୍କ ସହ ତାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଏହାର ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ।
-ମସ୍ତକରେ ଚନ୍ଦ୍ରମା ବିରାଜିତ ଥିବା ପ୍ରଭୁ ଶିବଙ୍କ ଫଟୋ, ମୂର୍ତ୍ତିକୁ ପୂଜା କରିବା ଦ୍ୱାରା ସମସ୍ତ ଗ୍ରହ ଦୋଷ ଦୂର ହୋଇଥାଏ। ଏହାସହ ଶିବଲିଙ୍ଗରେ କ୍ଷୀର ଅଭିଷେକ କରିବା ଦ୍ୱାରା ଜାତକରେ ଗ୍ରହଙ୍କ ସ୍ଥିତି ମଜଭୂତ ହୋଇଥାଏ।
– ଗଙ୍ଗାଧାରୀ ଶିବଙ୍କ ପ୍ରତିମାକୁ ପୂଜା କରିବା ଦ୍ୱାରା ପିତୃଦୋଷରୁ ମୁକ୍ତି ମିଳିଥାଏ। ଏହାସହ ବିଦ୍ୟା, ବୁଦ୍ଧି ପ୍ରାପ୍ତି ହେବା ସହ ଓ ନକରାତ୍ମକ ଶକ୍ତିରୁ ମଧ୍ୟ ରକ୍ଷା ମିଳିଥାଏ।
– ଭସ୍ମଧାରୀ ଶିବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ସହ ବ୍ୟକ୍ତି ଶତ୍ରୁଙ୍କ ନିକଟରେ ମଧ୍ୟ ବିଜୟ ହାସଲ କରିଥାଆନ୍ତି।
– ତ୍ରିଶୁଳଧାରୀ ପ୍ରଭୁ ଶିବଶଙ୍କରଙ୍କୁ ପୂଜା କରିବା ଦ୍ୱାରା ବିବାହରେ ସୃଷ୍ଟି ହେଉଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।
– ଡ଼ମ୍ବରୁ ଧାରଣ କରିଥିବା ପ୍ରଭୁଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କୁ ସମସ୍ତ ରୋଗରୁ ମୁକ୍ତି ମିଳିଥାଏ।
– ସର୍ପଧାରୀ ଶିବଙ୍କୁ ପୂଜା କରିବା ଦ୍ୱାରା ରାଜନୈତିକ କ୍ଷେତ୍ରରେ ସଫଳତା ମିଳିଥାଏ।
– ରୁଦ୍ରାକ୍ଷ ଧାରଣ କରିଥିବା ଶିବଶଙ୍କରଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories