www.samajalive.in
Monday, December 8, 2025
24.1 C
Bhubaneswar

ଖତଗଦାରୁ ବାହାରିଲା ୨୦ ଲକ୍ଷ, ଶ୍ଵଶୁର ଘରେ ଜ୍ବାଇଁ ଲୁଚାଇଥିଲା ଚୋରି ଟଙ୍କା

ସମାଜ ଡିଜିଟାଲ ଡେସ୍କ: ବାଲେଶ୍ଵର ଜିଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡ଼ ମନ୍ଦାରୁଣି ଗ୍ରାମର ଜଣେ ବ୍ୟକ୍ତିଙ୍କ ଖତଗଦାରୁ ମିଳିଛି ୨୦ ଲକ୍ଷ ଟଙ୍କା। ଏହି ଟଙ୍କାକୁ ଜବତ କରିଛି ହାଇଦ୍ରାବାଦ ପୁଲିସ। ଜ୍ବାଇଁ ହାଇଦ୍ରାବାଦର ଏକ କମ୍ପାନୀ ଆଗ୍ରୋ ଇଣ୍ଡଷ୍ଟ୍ରିଜରେ କାମ କରୁଥିବାବେ​‌ଳେ ସେଠାରୁ ଏହି ଟଙ୍କା ଚୋରି ହୋଇଥିଲା। ଅଭିଯୁକ୍ତ ଯୁବକ ଚୋରି ଟଙ୍କାକୁ ନିଜ ଶଳା ହାତରେ ପଠାଇଥିଲେ, ଯାହାକୁ ସେ ନିଜ ଘରେ ଲୁଚାଇ ରଖିଥିଲେ। ପୁଲିସ ଅଭିଯୁକ୍ତ ଜ୍ବାଇଁ ଗୋପାଳ ବେହେରାକୁ ଧରିଥିବା ଜଣାପଡ଼ିଛି। ତା’ର ଘର ଭୋଗରାଇ ଅଞ୍ଚଳରେ ବୋଲି ସୂଚନା ମିଳିଛି।


ଶୁକ୍ରବାର ସକାଳେ ହାଇଦ୍ରାବାଦ ପୁଲିସ ବଡ଼ ମନ୍ଦାରୁଣି ଗ୍ରାମରେ ପହଞ୍ଚିଥିଲା। ପୁଲିସ ଗୋପାଳଙ୍କ ଶ୍ଵଶୁର ଘରେ ପହଞ୍ଚି ଘର ଏବଂ ଖତଗଦାକୁ ଯାଞ୍ଚ କରିଥିଲା। ସେଠାରୁ ୨୦ ଲକ୍ଷ ଟଙ୍କା ଏବଂ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଛି ପୁଲିସ। ପୁଲିସ ତାଙ୍କ ଶାଶୁ ଏବଂ ଶଳାଙ୍କୁ ଅଟକ ରଖିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories