www.samajalive.in
Sunday, December 7, 2025
26.1 C
Bhubaneswar

ରାଜନୈତିକ ଦଳଙ୍କୁ ସୁପ୍ରିମକୋର୍ଟଙ୍କ ୪୮ ଘଣ୍ଟାର ମହଲତ; ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ପ୍ରାର୍ଥୀ ଚୟନ କରିବାର କାରଣ ଦର୍ଶାଅ

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକ ଅପରାଧିକ ପୃଷ୍ଠଭୂମି ଥିବା ନେତାମାନଙ୍କୁ ପ୍ରାର୍ଥୀ ଭାବେ କ’ଣ ପାଇଁ ଚୟନ କରୁଛନ୍ତି। ଏହାର ଉତ୍ତର ଦେବେ ଦେଶର ସମସ୍ତ ରାଜନୈତିକ ଦଳ। ଏ ନେଇ ଗୁରୁବାର କଡ଼ା ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସବୁ ରାଜନୈତିକ ଦଳ ୱେବସାଇଟ୍‌ରେ ଏ ସମ୍ପର୍କିତ ତଥ୍ୟ ଅପଲୋଡ୍‌ କରିବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି।

ଗତ ୪ଟି ଜାତୀୟ ସ୍ତରର ନିର୍ବାଚନରେ ରାଜନୀତିର ଅପରାଧୀକରଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି, ଯେଉଁଥିପାଇଁ ସର୍ବୋଚ୍ଚ ଅଦାଲତ ଏହି ନିର୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ଭିତରେ ଦଳଗୁଡ଼ିକ ନିଜ ନିଜ ୱେବସାଇଟ ଏବଂ ସୋସିଆଲ ମିଡିଆରେ ଏ ନେଇ ସମ୍ପୂର୍ଣ୍ଣ ବିବରଣୀ ଅପଲୋଡ୍‌ କରିବା ଅନିବାର୍ଯ୍ୟ। ଏହା ସହିତ ଦଳଗୁଡ଼ିକ ୭୨ ଘଣ୍ଟା ଭିତରେ ସବିଶେଷ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବେ।

- Advertisement -

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ, ରାଜନୈତିକ ଦଳଗୁଡ଼ିକୁ ଖବରକାଗଜ, ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ନିଜ ୱେବସାଇଟରେ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କୁ ଚୟନ କରିବାର କାରଣ ଦର୍ଶାଇବା ସହିତ ସେମାନଙ୍କ ପରିଚୟପତ୍ର ଓ ଅପରାଧର ବିବରଣୀ ପ୍ରକାଶ କରିବେ। ଯଦି କୌଣସି ଦଳ ଏହି ଆଦେଶ ପାଳନ କରିବେ ନାହିଁ, ତେବେ କୋର୍ଟଙ୍କ ଆଦେଶର ଅବମାନନା ପାଇଁ ଉତ୍ତରଦାୟୀ ରହିବେ। କୋର୍ଟ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି ଯେ, ଯଦି ରାଜନୈତିକ ଦଳଗୁଡ଼ିକ ଆଦେଶ ପାଳନରେ ବିଫଳ ହୁଅନ୍ତି, ତେବେ ସେ କୋର୍ଟରେ ଅଦାଲତ ଅବମାନନା ପିଟିଶନ ଦାୟର କରିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories