www.samajalive.in
Friday, December 5, 2025
17.1 C
Bhubaneswar

କାଶ୍ମୀର ସ୍ଥିତି ପରଖିବାକୁ ପହଞ୍ଚିଲେ ୨୫ ବିଦେଶୀ କୂଟନୀତିଜ୍ଞ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଦେଶୀ କୂଟନୀତିଜ୍ଞମାନେ ଘାଟିରେ ପହଞ୍ଚି ତୃଣମୂଳ ସ୍ତରରୁ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପୂର୍ବରୁ ଏକ ପ୍ରତିନିଧି ଦଳ ଜାମ୍ମୁ-କାଶ୍ମୀର ଗସ୍ତ କରିଥିବାବେଳେ ବୁଧବାର ଆଉ ଏକ ଟିମ୍‌ ଶ୍ରୀନଗରରେ ପହଞ୍ଚିଛନ୍ତି। ଏଥିରେ ବିଭିନ୍ନ ଦେଶର ୨୫ କୂଟନୀତିଜ୍ଞ ସାମିଲ ଅଛନ୍ତି। ପ୍ରତିନିଧି ଦଳ ପୂର୍ବାହ୍ନ ୧୧ଟାରେ ଶ୍ରୀନଗରେ ପହଞ୍ଚିଥିଲେ। ସେଠାରେ ସଦସ୍ୟମାନେ ବାରାମୂଳ ଗସ୍ତ କରିଥିଲେ। ବାରାମୂଳାରୁ ଫେରିବା ପରେ ଶ୍ରୀନଗରରେ ସିଭିଲ ସୋସାଇଟି ସମେତ ବିଭିନ୍ନ ପ୍ରତିନିଧି ମଣ୍ଡଳୀଙ୍କୁ ସାକ୍ଷାତ କରି ଆଲୋଚନା କରିବେ। ଅଗଷ୍ଟ ୫ ପରଠାରୁ ଏଠାରେ ସୃଷ୍ଟି ହୋଇଥିବା ବାସ୍ତବ ପରିସ୍ଥିତି ବିଷୟରେ ଲୋକଙ୍କଠାରୁ ଅବଗତ ହେବେ।

ଏହି ପ୍ରତିନିଧି ଦଳରେ ୟୁରୋପୀୟ ସଂଘ ଏବଂ ଅନ୍ୟାନ୍ୟ ଦେଶର କୂଟନୀତିଜ୍ଞ ସାମିଲ ଅଛନ୍ତି। ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କିନେଥ ଆଇ ଜଷ୍ଟରଙ୍କ ୧୫ କୂଟନୀତିଜ୍ଞଙ୍କ ଏକ ଟିମ୍‌ ଗତ ଜାନୁୟାରୀ ୯ ଏବଂ ୧୦ ତାରିଖ ଦୁଇଦିନ ଧରି ଜାମ୍ମୁ-କାଶ୍ମୀର ଗସ୍ତ କରିଥିଲେ। ଏହା ପୂର୍ବରୁ ଗତ ଡିସେମ୍ବରରେ ୟୁରୋପୀୟ ସଂଘର ସାଂସଦମାନେ ଏଠାକୁ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories