www.samajalive.in
Saturday, December 13, 2025
18.1 C
Bhubaneswar

ସୈନ୍ୟବାହିନୀ ପାଇଁ ନିଅଣ୍ଟିଆ ବଜେଟ୍‌ : ବିକ୍ରି ହେବ ପ୍ରତିରକ୍ଷା ଜମି

ନୂଆଦିଲ୍ଲୀ : ଦେଶର ସୈନ୍ୟବାହିନୀର ଆବଶ୍ୟକତା ପୂରଣ ପାଇଁ ଅର୍ଥର ଅଭାବ ଦେଖାଯାଇଛି। କେନ୍ଦ୍ର ବଜେଟ୍‌ରେ ପ୍ରତିରକ୍ଷା ବିଭାଗକୁ ଯେଉଁ ଅର୍ଥ ଦିଆଯାଇଛି ସେଥିରେ ଆବଶ୍ୟକତା ପୂରଣ କରିବା ସମ୍ପୂର୍ଣ୍ଣ ଅସମ୍ଭବ। କେନ୍ଦ୍ର ବଜେଟ୍‌ରେ ପ୍ରତିରକ୍ଷା ବାବଦକୁ ମୋଟ ୪.୭୦ ଲକ୍ଷ କୋଟି ଟଙ୍କା ବରାଦ କରାଯାଇଛି। ​‌ଏହି ପ୍ରତିରକ୍ଷା ବଜେଟ୍‌ ଗତ ଆର୍ଥିକ ବର୍ଷ ଅପେକ୍ଷା ୫.୮% ଅଧିକ। ଏଥିମଧ୍ୟରୁ ସୈନ୍ୟବାହିନୀର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବାବଦକୁ ୧.୩୩ ଲକ୍ଷ କୋଟି ଟଙ୍କା ସ୍ବତନ୍ତ୍ର ଭାବେ ବରାଦ କରାଯାଇଛି। ପେନସନ ବାବଦକୁ ଅର୍ଥ ଦେବା ପରେ ଅବଶିଷ୍ଟ ବଜେଟ୍‌ରେ ସେନାର ପ୍ରତିରକ୍ଷା ସରଞ୍ଜାମ କ୍ରୟ ବାବଦ କିସ୍ତି ଦେବାକୁ ଅଭାବ ଦେଖାଯାଇଛି। ଏପରିସ୍ଥିତିରେ ପ୍ରତିରକ୍ଷା ବଜେଟ୍‌କୁ ଭରଣା କରିବା ଲାଗି ପ୍ରତିରକ୍ଷା ପ୍ରମୁଖ (ସିଡିଏସ୍‌) ଜେନେରାଲ ବିପିନ ରାୱତ ଏକ ନୂଆ ଯୋଜନା ଆପଣାଇବାକୁ ଯାଉଛନ୍ତି।

ନୂଆ ଯୋଜନା ଅନୁଯାୟୀ ପ୍ରତିରକ୍ଷା ବିଭାଗ ଅଧୀନରେ ରହିଥିବା ଜମିକୁ ବିକ୍ରି କରାଯିବ। ପ୍ରତିରକ୍ଷା ବିଭାଗ ଅଧୀନରେ ୧୭.୫୪ ଲକ୍ଷ ଏକର ଜମି ରହିଛି। ଇଂରେଜ ଶାସନ ସମୟରେ ଏହିସବୁ ଜମିକୁ ଅଧିଗ୍ରହଣ କରାଯାଇଥିଲା। ବିଶେଷକରି ସ୍ଥଳସେନା ଓ ବାୟୁସେନାର ଯବାନଙ୍କୁ ପ୍ରଶିକ୍ଷଣ ଦେବା, ଫାଇରିଂ ରେଞ୍ଜ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏହିସବୁ ଜମି ଅଧିଗ୍ରହଣ କରାଯାଇଛି। ଏହିସବୁ ଜମି ମଧ୍ୟରୁ ୧୫ଲକ୍ଷ ଏକର ଜମି ପ୍ରତିରକ୍ଷା ବିଭାଗ ଦ୍ବାରା ଚିହ୍ନଟ ୬୫ଟି କ୍ୟାଣ୍ଟନମେଣ୍ଟ ଅଞ୍ଚଳ ବାହାରେ ରହିଛି। ପ୍ରତିରକ୍ଷା ବିଭାଗ ଅଧୀନରେ ରହିଥିବା ଏହି ଜମିରୁ କିଛି ଅଂଶ ରିୟଲ ଇଷ୍ଟେଟ କମ୍ପାନୀ କିମ୍ବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିକ୍ରି କରି ଆର୍ଥିକ ଭରଣା କରାଯିବ। ଭାରତମାଳା ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ଜମି ଅଧିଗ୍ରହଣ କରିବାକୁ ଚାହୁଁଥିବାବେଳେ ପ୍ରତିରକ୍ଷା ବିଭାଗ ଏହାର ଜମି ବିକ୍ରି କରିବ। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଜେନେରାଲ ରାୱତ କହିଛନ୍ତି ଯେ ଜରୁରୀ ସମୟରେ ଆବଶ୍ୟକତା ମେଣ୍ଟାଇବା ପାଇଁ ଏପରି ପଦକ୍ଷେପ ଜରୁରୀ।
ସୈନ୍ୟବାହିନୀ ପାଇଁ ଆବଶ୍ୟକତା ମଧ୍ୟରେ ରହିଛି ନୌସେନା ପାଇଁ ତୃତୀୟ ଯୁଦ୍ଧବିମାନ ବହନକାରୀ ଯୁଦ୍ଧଜାହାଜ କ୍ରୟ କରାଯିବ। ସେହିପରି ବାୟୁସେନା ପାଇଁ ୧୦୦ରୁ ଅଧିକ ଯୁଦ୍ଧବିମାନର ଆବଶ୍ୟକତା ରହିଛି। ସ୍ଥଳ ସେନାର ଆଧୁନିକୀକରଣର ଜରୁରୀ ଆବଶ୍ୟକତା ରହିଥିବାବେଳେ ଏହାକୁ ଉପେକ୍ଷା କରାଯାଇପାରିବ ନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories