www.samajalive.in
Friday, December 12, 2025
27.1 C
Bhubaneswar

୧୯ ବର୍ଷରୁ କମ୍ ବିଶ୍ବକପ୍ ଫାଇନାଲ : ବାଂଲାଦେଶ ପାଇଁ ଟାର୍ଗେଟ ୧୭୮ ରନ୍  

ପୋଏଷ୍ଟ୍ରମ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ଆଇସିସି ବିଶ୍ବକପ କ୍ରିକେଟ ଫାଇନାଲରେ ଭାରତ, ବାଂଲାଦେଶ ପାଇଁ  ୧୭୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ପଞ୍ଚମଥର ପାଇଁ ଭାରତ ବିଶ୍ବକପ ଟାଇଟଲ ଲକ୍ଷ୍ୟରେ ରହିଥିବାବେଳେ ବାଂଲାଦେଶ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ବାଂଲାଦେଶ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ବାଂଲାଦେଶ ଘାତକ ବୋଲିଂରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଫଳରେ ଭାରତ ୫୦ ଓଭର ସମ୍ପୂର୍ଣ୍ଣ ଖେଳିପାରିନଥିଲା। ଭାରତୀୟ ଦଳ ୪୭.୨ ଓଭର ଖେଳି ୧୭୭ ରନ କରି ଅଲଆଉଟ ହୋଇଛି।  ପ୍ରଥମ ଥର ପାଇଁ ୧୯ ବର୍ଷରୁ କମ୍ ବିଶ୍ବକପ ଫାଇନାଲରେ ପ୍ରବେଶ କରିଥିବା ବାଂଲାଦେଶକୁ ଜିତିବା ପାଇଁ  ୧୭୮ ରନର ଆବଶ୍ୟକ।

- Advertisement -

ପ୍ରଥମେ ଭାରତର ଦୁଇ ଓପନର ଯଶସ୍ବୀ ଜୟଶ୍ବାଲ ଓ ଦିବ୍ୟାଂଶ ସାକସେନା ବ୍ୟାଟିଂ ଆରମ୍ଭ କରିଥିଲେ। ପଡ଼ିଆରେ ପୂର୍ବଭଳି ଯଶସ୍ବୀ ଜୟସୁଆଲଙ୍କ ଲଢୁଆ ବ୍ୟାଟିଂ ଦେଖିବାକୁ ମିଳିଥିଲା। ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା ଗୋଟିଏ ପଟେ ଯଶସ୍ବୀ ଲଢୁଆ ବ୍ୟାଟିଂ କରି ୮୮ ରନ ସଂଗ୍ରହ କରି ଆଉଟ ହୋଇଥିବାବେଳ ଦିବ୍ୟାଂଶ ସାକସେନା (୨) , ତିକମ ବର୍ମା (୩୮), ପ୍ରିୟମ ଗର୍ଗ ( ଅଧିନାୟକ ) ( ୭ ), ଧ୍ରୁବ ଜୁରେଲ (୨୨),  ସିଦ୍ଧେଶ ବୀର(୦) , ଆଥର୍ବ ଆଙ୍କର ( ୩), ରବି ବିଷ୍ଣୋଇ(୨), କାର୍ତ୍ତିକ ତ୍ୟାଗି(୦) ସୁଶାନ୍ତ ମିଶ୍ର(୩) ଓ ଆକଶ ସିଂ(୧) ରନ କରି ଆଉଟ ହୋଇଥିଲେ। ଭାରତ ୪୭.୨ ଓଭରରେ  ୧୭୭ ରନ ସଂଗ୍ରହ କରିଅଲଆଉଟ ହୋଇଥିଲା।

ସେହିପରି ବୋଲିଂରେ ବାଂଲେଦଶର ଅଭିଷେକ ଦାସ ୩ ଓ୍ବିକେଟ ନେଇଥିବାବେଳେ, ସୋରିଫୁଲ ଇସଲାମ ଓ ତାନଜିଦ ହାସନ ୨ଟି ଲେଖାଏଁ  ଓ୍ବିକେଟ ଅକ୍ତିଆର କରିଥିଲେ। ରାକିବୁଲ ହାସନ ୧ଟି ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories