www.samajalive.in
Friday, December 12, 2025
27.1 C
Bhubaneswar

ପାକ୍ ସେନାର ଅସ୍ତ୍ରବିରତି ଉଲଙ୍ଘନ : ଜଣେ ଭାରତୀୟ ଜବାନ ଶହୀଦ, ୬ରୁ ଅଧିକ ପାକ୍ ଘାଟି ଧ୍ବସଂ

ଶ୍ରୀନଗର : ପାକିସ୍ତାନୀ ସୈନ୍ୟମାନେ ଗତ ୨୪ ଘଣ୍ଟା ଧରି ଅସ୍ତ୍ରବିରତି ଉଲଙ୍ଘନ କରି ପୁଞ୍ଚ୍ ଏବଂ ବାଲାକୋଟ ସେକ୍ଟରରେ ଗୁଳିଗୋଳା ବର୍ଷଣ ଜାରି ରଖିଛନ୍ତି । ଶନିବାର ଠାରୁ ଜାମ୍ମୁ କାଶ୍ମୀରର ପୁଞ୍ଚ୍‍ ଜିଲ୍ଲା ସୀମାନ୍ତ ଇଲାକାର ଆବାସିକ ଅଞ୍ଚଳ ଓ ଆଗୁଆ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ସେମାନେ ଗୁଳିଗୋଳା ବର୍ଷଣ କରିଛନ୍ତି। ଏହାର କଡ଼ା ଜବାବ ଦେଇ ଭାରତୀୟ ଜବାନମାନେ ପାଲଟା ଆକ୍ରମଣ କରି ପାକିସ୍ତାନର ୬ରୁ ଅଧିକ ଘାଟିକୁ ଧ୍ବସଂ କରି ଦେଇଛନ୍ତି। ଗୁଳି ବିନିମୟରେ ପାକିସ୍ତାନର ୪ ଜଣ ସୈନିକଙ୍କର ମୃତ୍ୟୁ ଘଟିଛି। ପାକିସ୍ତାନୀ ଘାଟିରୁ ବାହାରୁଥିବା ଧୁମ୍ର କୁଣ୍ଡଳୀ ପୁଞ୍ଚ୍ ଆକାଶରେ ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଶନିବାର ପାକ୍ ସୈନ୍ୟଙ୍କ ଗୁଳି ବିନିମୟରେ ଜଣେ ଭାରତୀୟ ଜବାନ ଶହୀଦ ହୋଇଥିବା ବେଳେ ଅନ୍ୟ ତିନିଜଣ ଜବାନ ଆହତ ହୋଇଛନ୍ତି।
ପ୍ରତିରକ୍ଷା ମୁଖପାତ୍ରଙ୍କ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦଙ୍କ କହିବା ଅନୁସାରେ ଶନିବାର ଅପରାହ୍ଣରେ ପାକିସ୍ତାନୀ ସୈନ୍ୟମାନେ ପୁଞ୍ଚ୍‍ ଜିଲ୍ଲାର ଦେଗୱାର୍‍ ସେକ୍ଟର ଏବଂ ବାଲାକୋଟ ସେକ୍ଟରରେ ଉପରେ ଆଖିବୁଝା ଗୁଳିଗୋଳା ଓ ମୋର୍ଟାର ଆକ୍ରମଣ କରିଥିଲେ। ଯାହା ରବିବାର ଅପରାହ୍ଣ ପର୍ଯ୍ୟନ୍ତ ଜାରି ରହିଥିଲା।
ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି, ଭାରତୀୟ ଶହୀଦ ଜବାନ ଜଣଙ୍କ ହେଉଛନ୍ତି ନାୟକ ରାଜୀବ ସିଂହ ଶେଖାୱତ ଓ ତାଙ୍କ ଘର ରାଜସ୍ଥାନରେ। ସେ ପୁଣି କହିଛନ୍ତି ସୀମାରେ ପହରା ଦେଉଥିବା ଭାରତୀୟ ଜବାନମାନେ ପାଲଟା ଆକ୍ରମଣ କରି ପିଓକେର ଚିଡିକୋଟ ଅଞ୍ଚଳରେ ମୁତୟନ ପାକ୍ ସେନାର ୪୧ ସିନ୍ଧ ରେଜିମେଣ୍ଟର ଅଧା ଡଜନରୁ ଅଧିକ ଘାଟିକୁ ଧ୍ବଂସ କରିଦେଇଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories