www.samajalive.in
Sunday, December 14, 2025
26.1 C
Bhubaneswar

କରୋନା ପାଇଁ ଔଷଧ ତିଆରି କଲେ ତିବ୍ଦତୀୟ ଡାକ୍ତର

ଧର୍ମଶାଳା: ଚୀନ ସମେତ ଅନେକ ଦେଶର ଶହଶହ ଲୋକଙ୍କ ପ୍ରାଣ ନେଇଥିବା କରୋନା ଭାଇରସରୁ ରକ୍ଷା ପାଇବାର ଔଷଧ ଜଣେ ତିବ୍ଦତୀୟାନ ଡାକ୍ତର ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ମେକ୍ଲୋଡ୍‍ଗଞ୍ଜ ସ୍ଥିତ ତିବ୍ଦତୀୟାନ ମେଡିକାଲ କଲେଜ(ମେନ-ସେ-ଖଙ୍ଗ)ର ଜଣେ ଗବେଷକ ଡା. ତେଞ୍ଜିନ୍‍ ୟେଶୀ ଦାବି କରିଛନ୍ତି ଯେ, ସେ ପ୍ରସ୍ତୁତ କରିଥିବା ଏକ ବଟିକାକୁ କଳା କପଡ଼ାରେ ବାନ୍ଧି ଗଳାରେ ଧାରଣ କରିବା ଦ୍ୱାରା ଶରୀର ଉପରେ କରୋନା ଭୂତାଣୁର ପ୍ରଭାବ ପଡ଼ିବ ନାହିଁ। ଗଳାରେ ପିନ୍ଧିଥିବା ଏହି ବଟିକାକୁ ବାରମ୍ବାର ଶୁଂଘିବାକୁ ପଡ଼ିବ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। କୌଣସି ଭୂତାଣୁ ଶରୀର ଉପରେ ପ୍ରଭାବ ପକାଇ ପାରିବନାହିଁ।

ଏହି ଔଷଧକୁ ତିବ୍ଦତୀୟାନ ଚିକିତ୍ସା ପଦ୍ଧତି ଦ୍ୱାରା ତିଆରି କରାଯାଇଛି। ନିର୍ବାସିତ ତିବତ୍‍ ସରକାରଙ୍କ ଗଣମାଧ୍ୟମ ଅଧିକାରୀ ପେଲ୍‍ଜୋର ଲା ମଧ୍ୟ କହିଛନ୍ତି ଯେ, ଗବେଷଣା କରୁଥିବା ତିବ୍ଦତୀୟାନ ଡାକ୍ତର ୟେଶୀ ଏହି ଔଷଧ ତିଆରି କରିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories