www.samajalive.in
Saturday, December 6, 2025
26.1 C
Bhubaneswar

ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ଗିରିରାଜ କିଶୋରଙ୍କ ପରଲୋକ, ସାହିତ୍ୟ ଜଗତରେ ଶୋକ

କାନ୍‌ପୁର: ଦେଶର ପ୍ରଖ୍ୟାତ ସାହିତ୍ୟିକ, ଗାନ୍ଧୀବାଦୀ ତଥା ଆଇଆଇଟି କାନପୁରର ପୂର୍ବତନ ରେଜିଷ୍ଟ୍ରାର ପଦ୍ମଶ୍ରୀ ଗିରିରାଜ କିଶୋରଙ୍କ ରବିବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ପଦ୍ମଶ୍ରୀ ଗିରିରାଜ ଲୋକସେବକ ମଣ୍ଡଳର ଟ୍ରଷ୍ଟି ଥିଲେ। ଏହି ଖବର ମିଳିବା ପରେ ଲୋକସେବକ ମଣ୍ଡଳ ସଭାପତି ଓ ‘ସମାଜ’ ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଦୀପକ ମାଲବ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ମାଲବ୍ୟ ଗିରିରାଜଙ୍କ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଗିରିରାଜଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ସମଗ୍ର ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ରାଜୀବ ଅଗ୍ରୱାଲ, ଅଶୋକ ତିୱାରୀ, ଅନୀଲ ସିଂହ, ରାଜ କୁମାର ଅଗ୍ନିହୋତ୍ରୀ, ନୀଲମ ତିୱାରୀ, ଆନନ୍ଦ ଗୌତମ, ଜଗନାରାୟଣ ଶିବା, ଉଷା ଜୟସୱାଲ, ପ୍ରିୟମ୍ବଦ, ଅମରୀଷ ସିଂହ ଦୀପ, ସଞ୍ଜୀବା, ଅନୀତା ମିଶ୍ରା, ଡା. ସୁରେଶ ଅୱସ୍ଥୀ, ହରଭଜନ ସିଂହ ମେହରୋତ୍ରା, ସନ୍ଧ୍ୟା ତ୍ରିପାଠୀ, ସୁରେଶ ଗୁପ୍ତା ପ୍ରମୁଖ ସାହିତ୍ୟିକ ଗିରିରାଜଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି।

ଗିରିରାଜ କିଶୋରଙ୍କ ଶେଷ ଦର୍ଶନ କରୁଛନ୍ତି ଲୋକ ସେବକ ମଣ୍ଡଳ ସଭାପତି ଏବଂ ସମାଜ ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଦୀପକ ମାଲବ୍ୟ ଓ ଅନ୍ୟମାନେ

ସୂଚନା ଅନୁସାରେ, ଗିରିରାଜଙ୍କ ଘର ମୁଜଫରନଗରରେ। ସେ କାନପୁରର ସୁଟରଗଞ୍ଜରେ ରହୁଥିଲେ। ରବିବାର ସକାଳେ ସେ ପ୍ରତିଦିନ ଭଳି ପ୍ରାତଃଭୋଜନ କରିଥିଲେ ଏବଂ ଲୋକଙ୍କ ସହିତ କଥା ହୋଇଥିଲେ।  ସକାଳ ୯ଟାରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସାଢ଼େ ୯ଟା ବେଳେ ବାସଭବନରେ ହିଁ ତାଙ୍କର ଦେହାନ୍ତ ହୋଇଯାଇଥିଲା। ସୋମବାର ସକାଳ ୧୦ଟାରେ ଗିରିରାଜଙ୍କ ବାସଭବନ ସୁରଟଗଞ୍ଜର ଏଲ୍‌ଗିନ ମିଲ୍‌ ନମ୍ବର ୧ ସମ୍ମୁଖରେ ଅନ୍ତିମ ସଂସ୍କାର କରାଯିବ। ଅନ୍ତିମ ସଂସ୍କାର ସ୍ବରୂପ କାନପୁରର ଗଣେଶ ଶଙ୍କର ବିଦ୍ୟାର୍ଥୀ ମେଡିକାଲ କଲେଜକୁ ଗିରିରାଜଙ୍କ ମରଶରୀର ଦାନ କରାଯିବ। ସୂଚନାଯୋଗ୍ୟ, ଗିରିରାଜଙ୍କ ପତ୍ନୀ ମୀରା ଗିରିରାଜ କିଶୋରଙ୍କ ସହିତ ୩ ସନ୍ତାନ ଅଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories