www.samajalive.in
Saturday, December 13, 2025
23.1 C
Bhubaneswar

ହାଇକୋର୍ଟରେ ଜାତୀୟସ୍ତରୀୟ ଲୋକ ଅଦାଲତ, ୯୭ଟି ମାମଲାର ଫଇସଲା

କଟକ : ହାଇକୋର୍ଟରେ ଶନିବାର ଜାତୀୟସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା, ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ ସି.ଆର.ଦାଶଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ତେବେ ହାଇକୋର୍ଟ ଆଇନ ସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୮୩୧ ମାମଲା ତାଲିକାଭୁକ୍ତ ହୋଇଥିବାବେଳେ ୯୭ଟି ମାମଲାର ଫଇସଲା କରାଯାଇଛି। ଜଷ୍ଟିସ ଏସ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୩୦ ମାମଲାରୁ ୫ଟି ମାମଲାର ଫଇସଲା କରିଥିବାବେଳେ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୭୬ ମାମଲାରୁ ୧୬, ଜଷ୍ଟିସ ଏସ.କେ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୩୪ ମାମଲା ମଧ୍ୟରୁ ୧୫ମାମଲା, ଜଷ୍ଟିସ କେ.ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୬୬ ମାମଲାରୁ ୨୪, ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୦୪ ମାମଲା ମଧ୍ୟରୁ ୯ ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୨୧ ମାମଲା ମଧ୍ୟରୁ ୨୮ ମାମଲାର ଫଇସଲା କରିଥିଲେ। ତେବେ ଏହି ଲୋକ ଅଦାଲତରେ ସମୁଦାୟ ୪କୋଟି ୭୨ଲକ୍ଷ ୩୪ହଜାର ଟଙ୍କା କ୍ଷତି ପୂରଣ ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଛି। ଏହି ଲୋକ ଅଦାଲତରେ ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ, ନ୍ୟାସନାଲ ଇନସ୍ୟୁରାନ୍ସ, ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ, ବ୍ୟାଙ୍କ ସଂପର୍କିତ, କ୍ରିମିନାଲ କମ୍ପାଉଣ୍ଡେବୁଲ, ବୈବାହିକ ସଂପର୍କିତ, ଅନ୍ୟାନ୍ୟ ପ୍ରାଇଭେଟ ଇନସ୍ୟୁରାନ୍ସ, ଶିକ୍ଷା, ଚାକିରି ସଂପର୍କିତ ଓ ଓରିଏଣ୍ଟାଲ ଇନସ୍ୟୁରାନ୍ସ ସଂପର୍କିତ ମାମଲାର ଶୁଣାଣି ହୋଇଥିଲା। ତେବେ ତାଲିକାଭୁକ୍ତ ସମୁଦାୟ ୮୩୧ ମାମଲା ମଧ୍ୟରୁ ୯୭ ମାମଲାର ଫଇସଲା ହୋଇଥିଲା।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories