www.samajalive.in
Saturday, December 13, 2025
23.1 C
Bhubaneswar

ରବିବାର ରାଶିଫଳ (୦୯.୦୨.୨୦୨୦)

ମେଷ: ଉଦାର ସ୍ୱଭାବର ହୋଇପାରନ୍ତି। ଦାନ-ଧର୍ମକୁ ଦୀକ୍ଷାଭାବେ ଗ୍ରହଣ କରିବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ।

ବୃଷ: ସମ୍ମାନିତ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ପ୍ରେମୀ, ସାହସୀ ଓ ସାନଭାଇମାନଙ୍କ ଠାରୁ ଆଦର-ସମ୍ମାନ ପାଇବେ।

- Advertisement -

ମିଥୁନ: ପରମ ସୌଭାଗ୍ୟଶାଳୀ ହୋଇପାରନ୍ତି। ବିକଶିତ ବ୍ୟକ୍ତିତ୍ୱ ଜନସାଧାରଣଙ୍କୁ ଆକୃଷ୍ଟ କରିପାରେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତି ପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିବେ।

କର୍କଟ: ରାଜଯୋଗ ଅଛି। ମନଫୁର୍ତ୍ତି ରହିବ। ଐଶ୍ୱଯୁକ୍ତ ହେବେ। ବ୍ୟବସାୟ ପାଇଁ ଉଦ୍ୟମରତ ହେବେ। ରଣାଙ୍ଗନରେ ବୀରତ୍ୱ ପ୍ରକାଶ କରିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବାର ସୂଚନା ମିଳୁଛି। ସୁସ୍ୱାଦୁ ଭୋଜନ ମିଳବ।

ସିଂହ: ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତ ପ୍ରିୟ ହେବେ। ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି। ବହୁ ଶତ୍ରୁ ମୁଣ୍ଡ ଟେକିବେ। ମାତ୍ର ନିଷ୍ଫଳ ହେବେ। ଏଥି ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ରାଜଯୋଗ ଭୋଗ ଅଛି।

କନ୍ୟା: ରୋଜଗାର ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ସନ୍ତାନମାନେ ଗୁଣୀ ଓ ସମ୍ପତ୍ତିବାନ୍‍ ହୋଇପାରନ୍ତି।

ତୁଳା: ଆପଣଙ୍କ ସୁଚିନ୍ତିତ ତରିକା କାର୍ଯ୍ୟରେ ଲାଗିବ। ଅଧିକ ଶ୍ରମ ସ୍ୱୀକାର କରିପାରନ୍ତି। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।

ବିଛା: କାର୍ଯ୍ୟ ସଂପାଦନ ପାଇଁ ବହୁ ସୁଯୋଗ ପାଇବେ। ସମ୍ମାନିତ ହେବେ। ପ୍ରବଳ ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍‍ ହେବେ।

ଧନୁ: ଭଲ କରିବାକୁ ଯାଇ, ତାହା ମନ୍ଦରେ ପରିଣତ ହୋଇପାରେ, ଯାହାକି ବିଚାର ସାପେକ୍ଷ। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ସ୍ୱାଭିମାନୀ ହେବେ। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ଯୁଗ୍ମବ୍ୟବସାୟ ଲାଭଜନକ ହେବ। ମିଠା କଥାରେ ମନ ଭୁଲାଇବେ।

ମକର: ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ। ମନ ପ୍ରଫୁଲ୍ଲ ରହିବ। ବ୍ୟବସାୟ ଲାଭଜନକ ହେବ। ସେବା ଭାବରେ ଉଦ୍‍ବୁଦ୍ଧ ହୋଇପାରନ୍ତି। ମନରେ ଅହଂଭାବ ଆସିବ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ଆମୋଦ-ପ୍ରମୋଦରେ ସମୟ ବିତାଇବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

କୁମ୍ଭ: ଶତ୍ରୁର ଷଡଯନ୍ତ୍ରକୁ ହେୟ ଜ୍ଞାନ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ବଳିଷ୍ଠ ଓ ବୁଦ୍ଧି ବଳରେ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭ ପ୍ରାପ୍ତ ହୋଇପାରନ୍ତି। ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇବ।

ମୀନ: ସର୍ବଦା ପ୍ରଭାବ ସମ୍ପନ୍ନ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରିରୁ ଧନଲାଭ ହେବାର ଆଶା ଅଛି। ତନ୍ତ୍ରମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହୋଇପାରନ୍ତି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories