କଟକ : ବଲାଙ୍ଗୀର ଜିଲା ବେଲପଡା ଥାନା ଡୁଙ୍ଗୁରିପାଲି ଗାଁରେ ଥିବା ଏକ ବାରୁଦ ଗୋଦାମରୁ ବିପୁଳ ପରିମାଣର ବିସ୍ଫୋରକ ଲୁଟ୍ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାୟ ୨୦ଜଣ ଗୋଦାମରେ ପଶି ସେଠାରେ ଏକ ଟ୍ରକରେ ରହିଥିବା ବିସ୍ଫୋରକ ଲୁଟ କରିଛନ୍ତି। ଏଥିସହ ଲୁଟେରାମାନେ ଗୋଦାମ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରା ଭାଙ୍ଗି ଦେଇଛନ୍ତି। ବେଲପଡା ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି। ଅପରପକ୍ଷରେ ଏହି ଲୁଟ ପଛରେ ମାଓବାଦୀଙ୍କ ହାତ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।
Popular Categories



