www.samajalive.in
Friday, December 12, 2025
16.1 C
Bhubaneswar

ଆସନ୍ତାକାଲି ରୋଜ ଡେ ଅବସରରେ ପରଦାକୁ ଆସିବ ଏହି ଦୁଇଟି ସିନେମା

ମୁମ୍ବଇ : ଆସନ୍ତାକାଲି ଠାରୁ ପ୍ରେମର ସପ୍ତାହ ବା ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଭାଲେଣ୍ଟାଇନ ସପ୍ତାହର ପ୍ରଥମ ଦିନଟିକୁ “ରୋଜ ଡେ” ଭାବେ ପାଳନ କରାଯାଇଥାଏ। ଏହି ଦିନଟିକୁ ବେସ୍ ଖାସ କରିବା ଉଦେଶ୍ୟରେ ଦୁଇଟି ଭିନ୍ନ ସ୍ବାଦର ସନେମା ମୁକ୍ତିଲାଭ କରିବାକୁ ଯାଉଛି। ଗୋଟିଏ କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶିକାରା’ ହୋଇଥିବା ବେଳେ ଅନ୍ୟଟି ଆଦିତ୍ୟ ରୟ କପୁର ଓ ଦିଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ’।
କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶିକାରା’ର ଟ୍ରେଲରକୁ ଦର୍ଶକମାନେ ଖୁବ୍‍ ପସନ୍ଦ କରିଥିଲେ। ଏଥିରେ ଚଳଚ୍ଚିତ୍ରର ମୁଖ୍ୟ କଳାକାର ଆଦିଲ ଖାନ ଓ ସାଦିୟା ନଜର ଆସିଥିଲେ। ଏହି ସିନେମାରେ ସବୁଠାରୁ ଖାସ୍‍ କଥା ହେଉଛି ଚଳଚ୍ଚିତ୍ରକୁ ବାସ୍ତବିକ ରୂପ ଦେବା ପାଇଁ ଏଥିରେ ୪ ହଜାର ଅସଲି କାଶ୍ମୀର ପଣ୍ଡିତଙ୍କୁ ସାମିଲ କରାଯାଇଛି। ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ସିନେମାଟି ନିର୍ମାଣ ହୋଇଛି।
ସେହିପରି ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ମଲଙ୍ଗ ସିନେମାରେ ଆଦିତ୍ୟ ରୟ କପୁର ଓ ଦିଶା ପଟାନୀ ମୁଖ୍ୟ ଚରିତ୍ରରେ ନଜର ଆସିବେ। ‘ମଲଙ୍ଗ୍‍’ରେ ଅନୀଲ କପୁରଙ୍କୁ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories