www.samajalive.in
Wednesday, December 10, 2025
26.1 C
Bhubaneswar

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ କେନ୍ଦ୍ର, ପଟିଆଲା କୋର୍ଟରେ ତିହାର ଜେଲ – ଶୁଣାଣି କାଲି

ନୂଆଦିଲ୍ଲୀ: ନିର୍ଭୟା ସାମୁହିକ ବଳାତ୍କାର ଓ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର କରିଥିବା ଆବେଦନର ଆସନ୍ତାକାଲି ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ମାମଲାର ୪ଜଣଯାକ ଦୋଷୀ ବ୍ୟକ୍ତିଙ୍କୁ ଫାଶୀଦଣ୍ଡ ଦେବା ଉପରେ ନିମ୍ନ ଅଦାଲତ ସ୍ଥଗିତାଦେଶ ଲାଗୁ କରିବାକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ଆବେଦନକୁ ଗତକାଲି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ।

କେନ୍ଦ୍ରସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ଅତିରିକ୍ତ ସଲିସିଟର ଜେନେରାଲ କେ. ଏମ୍‍. ନଟରାଜ ଦୋଷୀମାନଙ୍କର ସମୀକ୍ଷା ପିଟିସନ ଗୁଡ଼ିକ ଖାରଜ ହୋଇଯିବା ସତ୍ତ୍ବେ ଜେଲ୍‍ କର୍ତ୍ତୃପକ୍ଷ ସେମାନଙ୍କୁ ଫାଶୀ ଦେଇ ପାରୁନାହାନ୍ତି ବୋଲି ଗୁରୁବାର ସୁପ୍ରିମକୋର୍ଟରେ ଜଣାଇଛନ୍ତି। ସେ କହିଛନ୍ତି ୩ ଜଣ ଦୋଷୀ ବ୍ୟକ୍ତିଙ୍କର ବିଭିନ୍ନ କ୍ଷମା ଆବେଦନ ଓ ସମୀକ୍ଷା ଆବେଦନ ମଧ୍ୟ ଖାରଜ ହୋଇସାରିଛି। ଜଷ୍ଟିସ ଏନ୍‍.ଭି. ରମଣନା, ସଞ୍ଜିବ ଖାନ୍ନା ଓ କ୍ରିଷ୍ଣ ମୁରାରିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତାକାଲି ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ପକ୍ଷରେ ତିହାର ଜେଲ କର୍ତୃପକ୍ଷ ପଟିଆଲା ହାଉସ କୋର୍ଟକୁ ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ପାଇଁ ସାନି ଡେଥ ୱାରେଣ୍ଟ ଜାରି କରିବା ନେଇ ଆବେଦନ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories