ମୁମ୍ବଇ : ଆସନ୍ତାକାଲି ଠାରୁ ପ୍ରେମର ସପ୍ତାହ ବା ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଭାଲେଣ୍ଟାଇନ ସପ୍ତାହର ପ୍ରଥମ ଦିନଟିକୁ “ରୋଜ ଡେ” ଭାବେ ପାଳନ କରାଯାଇଥାଏ। ଏହି ଦିନଟିକୁ ବେସ୍ ଖାସ କରିବା ଉଦେଶ୍ୟରେ ଦୁଇଟି ଭିନ୍ନ ସ୍ବାଦର ସନେମା ମୁକ୍ତିଲାଭ କରିବାକୁ ଯାଉଛି। ଗୋଟିଏ କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶିକାରା’ ହୋଇଥିବା ବେଳେ ଅନ୍ୟଟି ଆଦିତ୍ୟ ରୟ କପୁର ଓ ଦିଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ’।
କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶିକାରା’ର ଟ୍ରେଲରକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ। ଏଥିରେ ଚଳଚ୍ଚିତ୍ରର ମୁଖ୍ୟ କଳାକାର ଆଦିଲ ଖାନ ଓ ସାଦିୟା ନଜର ଆସିଥିଲେ। ଏହି ସିନେମାରେ ସବୁଠାରୁ ଖାସ୍ କଥା ହେଉଛି ଚଳଚ୍ଚିତ୍ରକୁ ବାସ୍ତବିକ ରୂପ ଦେବା ପାଇଁ ଏଥିରେ ୪ ହଜାର ଅସଲି କାଶ୍ମୀର ପଣ୍ଡିତଙ୍କୁ ସାମିଲ କରାଯାଇଛି। ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ସିନେମାଟି ନିର୍ମାଣ ହୋଇଛି।
ସେହିପରି ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ମଲଙ୍ଗ ସିନେମାରେ ଆଦିତ୍ୟ ରୟ କପୁର ଓ ଦିଶା ପଟାନୀ ମୁଖ୍ୟ ଚରିତ୍ରରେ ନଜର ଆସିବେ। ‘ମଲଙ୍ଗ୍’ରେ ଅନୀଲ କପୁରଙ୍କୁ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।
ଆସନ୍ତାକାଲି ରୋଜ ଡେ ଅବସରରେ ପରଦାକୁ ଆସିବ ଏହି ଦୁଇଟି ସିନେମା
Popular Categories



