www.samajalive.in
Saturday, December 6, 2025
23.1 C
Bhubaneswar

ଯୁବପିଢ଼ି ଠେଙ୍ଗାରେ ପିଟିବା ପୂର୍ବରୁ ସୂର୍ଯ୍ୟ ନମସ୍କାର କରି ପିଠି ଟାଣ କରିଦେବି: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପଢ଼ିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ‘ଯୁବପିଢ଼ି ମୋଦୀଙ୍କୁ ଠେଙ୍ଗାରେ ପିଟିବେ’ ବୋଲି ରାହୁଲଙ୍କ ଏକ ମନ୍ତବ୍ୟର ଉତ୍ତର ଦେବାକୁ ଯାଇ ମୋଦୀ କହିଛନ୍ତି, ଏବେ ମୁଁ ସୂର୍ଯ୍ୟ ନମସ୍କାର ସଂଖ୍ୟା ବଢ଼ାଇଦେବି। ସୂର୍ଯ୍ୟ ନମସ୍କାର କରି ପିଠିକୁ ଟାଣ କରିବି।

ରାହୁଲ ଗତ ବୁଧବାର ଦିଲ୍ଲୀରେ ନିର୍ବାଚନ ରାଲିରେ କହିଥିଲେ, ଏବେ ଯେଉଁ ପରିସ୍ଥିତି ରହିଛି, ସେଥିରୁ ଜଣାପଡ଼ୁଛି ଯେ ଆଗାମୀ ୬ମାସ ମଧ୍ୟରେ ଯୁବପିଢ଼ି ମୋଦୀଙ୍କୁ ଠେଙ୍ଗାରେ ପିଟିବେ। ଏହାର ଜବାବରେ ମୋଦୀ କହିଥିଲେ, ମୁଁ ଜଣେ କଂଗ୍ରେସ ନେତାଙ୍କ ଭାଷଣ ଶୁଣିଲି ଯେ, ୬ ମାସରେ ଯୁବପିଢ଼ି ମୋଦୀଙ୍କୁ ଠେଙ୍ଗାରେ ପିଟିବେ। ତେଣୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ମୋତେ କିଛି ସମୟ ଲାଗିବ। ମୁଁ ସ୍ଥିର କରିଛି ୬ ମାସ ଭିତରେ ପ୍ରତିଦିନ ସୂର୍ଯ୍ୟ ନମସ୍କାର ସଂଖ୍ୟା ବୃଦ୍ଧି କରିଦେବି। ୨୦ ବର୍ଷ ଧରି ଯେପରି ଖରାପ ଗାଳି ଶୁଣୁଛି, ମୁଁ ‘ଗାଳି ପ୍ରୁଫ’ କରିଦେଇଛି। ମୁଁ କୃତଜ୍ଞ ଯେ ମୋତେ ୬ ମାସ ସମୟ ଦିଆଯାଇଛି। ଏହି ସମୟରେ ରାହୁଲ କିଛି କହିବା ଲାଗି ନିଜ ଆସନରେ ଛିଡ଼ା ହେବାକୁ ଉଦ୍ୟମ କରୁଥିଲେ। ମାତ୍ର ସେତିକି ବେଳେ ମୋଦୀ ହସ୍ତକ୍ଷେପ କରି ତାଙ୍କୁ ବସିବା ଲାଗି କହିଥିଲେ। ମୋଦୀ କଟାକ୍ଷ କରି କହିଥିଲେ, ମୁଁ ୪୦ ମିନିଟ ହେଲା କହିଆସୁଛି, ମାତ୍ର ଲାଗୁଛି ଏବେ କରେଣ୍ଟ ଲାଗିଲା। ଏମିତି ଅନେକ ଟ୍ୟୁବ୍‌ଲାଇଟ୍‌ ଅଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories