www.samajalive.in
Saturday, December 6, 2025
26.1 C
Bhubaneswar

ଯାଜପୁରରେ ସିଏଏ ପ୍ରତିବାଦ ସମାବେଶ

ଯାଜପୁର: ନାଗରିକତା ସଂଶୋଧନ ଆଇନ(ସିଏଏ) ପ୍ରତିବାଦରେ ଗୁରୁବାର ଯାଜପୁରରେ ବିରାଟ ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଛି। ଆମେ ଭାରତବାସୀ ସଙ୍ଗଠନ ପକ୍ଷରୁ ଆୟୋଜିତ ଏହି ପ୍ରତିବାଦ ଶୋଭାଯାତ୍ରା ସମ୍ପୂର୍ଣ୍ଣ ଯାଜପୁର ସହର ପରିକ୍ରମା କରିଥିଲା। ଦେଶରେ ସିଏଏ ଲାଗୁ କରି ଦେଶକୁ ଧର୍ମ ଆଧାରରେ ଭାଗ ଭାଗ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ବୋଲି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ର୍କମକର୍ତ୍ତାମାନେ ଅଭିଯୋଗ କରିଥିଲେ। କେନ୍ଦ୍ରସରକାର ଏଭଳି ଆଇନ ଆଣି ସମ୍ବିଧାନ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ କରାଯାଇଥିଲା। ଏହି ଆନ୍ଦୋଳନରେ ମୁଖ୍ୟତଃ ସଂଖ୍ୟାଲଘୁ ଦଳିତ ଏବଂ ବୁଦ୍ଧିଜୀବୀମାନେ ସାମିଲ ହୋଇ ନିଜର ମତ ରଖିଥିଲେ। ଏଆଇସିସି ପୂର୍ବତନ ସଦସ୍ୟ ପୁଲିନ ପ୍ରକାଶ ପୁହାଣ ଶୋଭାଯାତ୍ରାରେ ସାମିଲ ହୋଇ ତୁରନ୍ତ କେନ୍ଦ୍ରସରକାର ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, କଂଗ୍ରେସ ନେତା ମନୋରଞ୍ଜନ ଦାସ, ସନ୍ତୋଷ ନନ୍ଦ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ସିଏଏ ଓ ଏନଆରସି ବିରୋଧରେ ଲୋକ ମାନଙ୍କ ନିକଟରେ ମତବ୍ୟକ୍ତ କରିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories