www.samajalive.in
Monday, December 8, 2025
16.1 C
Bhubaneswar

‘ମହାତ୍ମାଗାନ୍ଧୀ ଆପଣଙ୍କ ପାଇଁ ଟ୍ରେଲର ହୋଇ ପାରନ୍ତି, କିନ୍ତୁ ଆମ ପାଇଁ ଗାନ୍ଧିଜୀ ହେଉଛନ୍ତି ଜୀବନ’- ମୋଦୀ

ନୂଆଦିଲ୍ଲୀ: ସସଂଦରେ ଗୁରୁବାର ବଜେଟ୍ ଅଧିବେଶନ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ପ୍ରସ୍ତାବରେ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି। ଲୋକସଭାରେ ବିରୋଧୀଙ୍କ ‘ମହାତ୍ମା ଗାନ୍ଧୀ ଅମର ରହେ’ ସ୍ଲୋଗାନ ଉପରେ ମୋଦୀ କହିଛନ୍ତି ଯେ, ‘ଆପଣଙ୍କ ପାଇଁ ମହାତ୍ମାଗାନ୍ଧୀ ଟ୍ରେଲର ହୋଇ ପାରନ୍ତି କିନ୍ତୁ ଆମ ପାଇଁ ଗାନ୍ଧିଜୀ ହେଉଛନ୍ତି ଜୀବନ’।

ମୋଦୀ କହିଛନ୍ତି ଯେ, ମାନନୀୟ ରାଷ୍ଟ୍ରପତି ନିଜ ଅଭିଭାଷଣରେ ନୂଆ ଭାରତ ଗଠନ ପାଇଁ ଭିଜନ ପ୍ରସ୍ତୁତ କରିଛନ୍ତି। ଏକବିଂଶ ଶତାବ୍ଦୀରେ ତୃତୀୟ ଦଶକରେ ମାନନୀୟ ରାଷ୍ଟ୍ରପତିଙ୍କ ବକ୍ତବ୍ୟ ଆମ ସମସ୍ତ ମଧ୍ୟରେ ନୂଆ ଦିଶା ଓ ଦେଶବାସୀଙ୍କ ପାଇଁ ବିଶ୍ବାସ ସୃଷ୍ଟି କରିବ। କଶ୍ମୀର ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, ଯଦି ଆମେ ଆପଣଙ୍କ ମାର୍ଗ ଅପଣାଇଥାନ୍ତୁ ତେବେ ୭୦ ବର୍ଷ ପରେ ମଧ୍ୟ କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟି ପାରିନଥାନ୍ତା। ତିନି ତଲାକ୍ ଆଜି ମୁସଲିମ୍ ମହିଳାଙ୍କୁ ଡରାଇଥାନ୍ତା। ଆପଣଙ୍କ ଚିନ୍ତାଧାରା ଶୈଳୀରେ ଚାଲିଥିଲେ ଆଜି ରାମ ଜନ୍ମଭୂମି ବିବାଦରେ ରହିଥାନ୍ତା। ଏହା ସହ କରତାରପୁର କରିଡର କଦାପି ହୋଇ ପାରିନଥାନ୍ତା। ଭାରତ-ବାଂଲାଦେଶ ବିବାଦର ସମାଧାନ ହୋଇନଥାନ୍ତା।

- Advertisement -

ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ପସ୍ତାବ ଉପରେ କହିବା ପାଇଁ ଠିଆ ହେବା ସମୟରେ ଲୋକସଭାରେ ‘ଜୟ ଶ୍ରୀ ରାମ’ ନାରା ଦିଆଯାଇଥିଲା। ଅନ୍ୟ ପକ୍ଷରେ ବିରୋଧୀ ସାଂସଦ ‘ଗାନ୍ଧୀ ଅମର ରହେ’ ସ୍ଲୋଗାନ ଦେଇଥିଲେ। ଏହାର ପ୍ରତିକ୍ରିୟାରେ ମୋଦୀ ‘କେବଳ ଏତିକି!’ ବୋଲି କହିଥିଲେ। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ଏହା ତ କେବଳ ଟ୍ରେଲର। ଏହା ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘ଆପଣଙ୍କ ପାଇଁ ମହାତ୍ମାଗାନ୍ଧୀ ଟ୍ରେଲର ହୋଇ ପାରନ୍ତି କିନ୍ତୁ ଆମ ପାଇଁ ଗାନ୍ଧିଜୀ ହେଉଛନ୍ତି ଜୀବନ’। ଏହା ପରେ ଲୋକସଭାରେ ସାଂସଦ ବେଞ୍ଚ ପିଟି ସମସ୍ତେ ଏହାକୁ ସମର୍ଥନ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories