www.samajalive.in
Saturday, December 6, 2025
16.1 C
Bhubaneswar

ଟିଟିଲାଗଡ଼ରେ ନୂତନ ବ୍ୟାଙ୍କ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ

ଟିଟିଲାଗଡ଼: ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଦ୍ବାରା ଗୁରୁବାର ଟିଟିଲାଗଡ଼ ସହରରେ ନୂତନ ବ୍ୟାଙ୍କ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ଅଞ୍ଚଳରେ ସମବାୟ ଆନ୍ଦୋଳନ ବ୍ୟାପକ ହେବା ସହ ଚାଷୀ ପରିବାରର କଲ୍ୟାଣ ହେବ ବୋଲି ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ସମବାୟ ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଚାଷୀ ଏବଂ ମହିଳା ଗୋଷ୍ଠୀଙ୍କୁ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ୧ କୋଟି ୩୦ ଲକ୍ଷ ଟଙ୍କା ବଣ୍ଟନ କରିଛନ୍ତି। କେନ୍ଦ୍ର ବଜେଟ୍‌ରେ ଓଡ଼ିଶା ଭାଗରୁ ୯ ହଜାର କୋଟି କାଟ, ଦେଶର ଶିଳ୍ପପତିଙ୍କୁ ବିଜେପି ସରକାର କୋଟି କୋଟି ଟଙ୍କା ୠଣ ଛାଡ କରିଥିବା, ସିଏଏ,ଏନଆରସି ଆଣି କେନ୍ଦ୍ର ସରକାର ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କାର୍ଯ୍ୟକ୍ରମରେ ବଲାଙ୍ଗୀର ସୋନପୁର ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେର, ବଲାଙ୍ଗୀର ଡିଆରସିଏସ,ଟିଟିଲାଗଡ ଉପଜିଲାପାଳ ସୁଧାକର ନାୟକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories