www.samajalive.in
Friday, December 12, 2025
15.1 C
Bhubaneswar

ଏସ୍‌ସିବିରେ ଆଉ ଜଣେ କରୋନା ସନ୍ଦିଗ୍ଧ

କଟକ: କରୋନା ସନ୍ଦେହରେ ମଙ୍ଗଳବାର ବିଳମ୍ବିତ ରାତିରେ ପୁଣି ଜଣେ ଚୀନ ଫେରନ୍ତା ଯୁବକ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ଯୁବକଙ୍କୁ ଏସ୍‌ସିବିରେ ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ଜଗତସିଂହପୁର ଜିଲାରେ ବୋଲି ଜଣାପଡ଼ିଛି। ସେ ହଂକଂରେ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ। ଜାନୁଆରୀ ୨୫ ତାରିଖରେ ସେ ଚୀନରୁ ଭାରତକୁ ଫେରିଥିଲେ। ଭାରତ ଫେରିବା ପରେ ବେଙ୍ଗାଲୁରୁରେ ଥଣ୍ଡା ଓ ଜ୍ୱରର ଶିକାର ହୋଇଥିଲେ। ଓଡ଼ିଶା ଫେରିବା ପରେ ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କଠାରେ କରୋନା ଭୂତାଣୁ ଥିବା ସନ୍ଦେହ କରାଯାଉଛି। ତାଙ୍କର ରକ୍ତ ଓ ଲାଳ ନମୂନା ପରୀକ୍ଷା ପାଇଁ ପୁଣେ ପଠାଯାଇଛି। ରିପୋର୍ଟ ଆସିବା ପରେ ସେ କରୋନା ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହେବ।

ଅପର ପକ୍ଷରେ ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ଠାରେ କରୋନା ଭୂତାଣୁ ରିପୋର୍ଟ ନେଗେଟିଭ୍ ଆସିବା ପରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଆଉ ଜଣେ ଡାକ୍ତରୀ ଛାତ୍ରୀଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବତ୍ତର୍ମମାନ ସୁଦ୍ଧା ଏସ୍‌ସିବିରେ ମୋଟ ୨ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ଚୀନରୁ ବ୍ୟାପିବା ଆରମ୍ଭ କରିଥିବା ଏହି ଭୂତାଣୁକୁ ନେଇ ସାରା ବିଶ୍ଵରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ୨୫ ଦେଶରେ ପହଞ୍ଚି ସାରିଲାଣି। ଚୀନରେ ଏହା ମରାମାରୀ ରୂପ ନେଇସାରିଛି। ଏଠାରେ ବୁଧବାର ସୁଦ୍ଧା ୪୯୨ ଜଣ ମୃତ୍ୟୁବରଣ କରିସାରିଛନ୍ତି। ୨୪ ହଜାର ୩୨୪ ଜଣ ଆକ୍ରାନ୍ତ ହୋଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories