www.samajalive.in
Wednesday, December 10, 2025
26.1 C
Bhubaneswar

ଝିଅର ବର୍ବରକାଣ୍ଡ; ବାପାକୁ ହତ୍ୟା କରି ରାସ୍ତାକୁ ଫିଙ୍ଗିଲା

ଅଜମେର: ଅଜମେରର ଆଦର୍ଶନଗର ଥାନା ଅଧିନସ୍ଥ ବିଜ୍ଞାନ ନଗରରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଯାଇଛି। ବାପାକୁ ହତ୍ୟା କରି ମୃତଦେହ ରାସ୍ତାକୁ ଫିଙ୍ଗି ଦେଇଛି ଝିଅ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳ​‌ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହତ୍ୟାକାଣ୍ଡକୁ ସଡକ ଦୁର୍ଘଟଣାର ରୂପ ଦେଉଥିବା ଅଭିଯୁକ୍ତ ଝିଅକୁ ପୁଲିସ ଗିରଫ କରିଛି। ପୁଲିସ ନିକଟରେ ମଧ୍ୟ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଛି।

ଘଟଣାଟି ଏହିପରି…ମୃତକ ଏକ କାରଖାନାରେ ସୁରକ୍ଷାକର୍ମୀ ବା ସିକ୍ୟୁରିଟି ଗାର୍ଡ ଭା​‌ବେ କାର୍ଯ୍ୟ କରନ୍ତି। ସେ ସବୁ ଦିନ ମଦ ପିଇ ଘରକୁ ଫେରନ୍ତି। ଏହାକୁ ନେଇ ଘରେ ସବୁବେଳେ ପାଟି ତୁଣ୍ଡ ଲାଗି ରହେ। ହତ୍ୟାକାଣ୍ଡ ଦିନ ମଧ୍ୟ ଠିକ୍ ସେଭଳି ଘଟଣା ଘଟିଥିଲା। ମଦ ପିଇବା ଘଟଣାକୁ ନେଇ ଉଭୟ ବାପା ଓ ଝିଅଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଝିଅ ରାଗିଣୀ ନିଜ ବାପାଙ୍କୁ ହତ୍ୟା କରିଥିଲା। ନିଜ ମୁଣ୍ଡରୁ ଦୋଷ ଖାସାଇବା ପାଇଁ ବାପାଙ୍କ ମୃତଦେହକୁ ନେଇ ରାଗାଣୀ ରାସ୍ତାରେ ପକାଇ ଏହାକୁ ସଡକ ଦୁର୍ଘଟଣାର ରୂପ ଦେଇଥିଲା। ପରେ ଘରକୁ ଫେରି ଆସି ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା।

- Advertisement -

ଏହା ପରେ ଦୂରରେ ରହୁଥିବା ବଡ ଭଉଣୀକୁ ଫୋନ କରି କହିଥିଲା ଯେ, ବାପା ମଦ ପିଇ ଅଚେତ ଅବସ୍ଥାରେ ରାସ୍ତାରେ ପଡିଛନ୍ତି ଏବଂ ତାଙ୍କ ଶରୀରରୁ ରକ୍ତ ବାହାରୁଛି। ରାଗିଣୀର ଏହି କଥା ଶୁଣି ବଡ ଭଉଣୀ ବିଳମ୍ବିତ ରାତିରେ ଘରେ ଆସି ପହଞ୍ଚିଥିଲେ। ବାପାଙ୍କ ଏଭଳି ଅବସ୍ଥା ଦେଖି ସେ ପୁଲିସକୁ ଖବର ଦେଇଥିଲା। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସନ୍ଦେହରେ ରାଗିଣୀକୁ ଅଟକ ରଖି ପଚରାଉଚରା କରିଥିଲା। ପରେ ଅଭିଯୁକ୍ତ ରାଗଣୀ ସବୁ ସତ ମାନି ଯାଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories