www.samajalive.in
Saturday, December 13, 2025
14.1 C
Bhubaneswar

ଶୀତରେ ମେଥି ଲଡୁ

ଶୀତ ଋତୁରେ ମେଥି ଲଡୁ ଶରୀରକୁ ଉଷ୍ମତା ପ୍ରଦାନ କରିବା ସହ ଏଥିରେ ଥିବା ଭରପୁର ମାତ୍ରାରେ ପୌଷ୍ଟିକ ତତ୍ତ୍ବ ଅନେକ ଲାଭ ଦେଇଥାଏ। ମେଥି ଖାଇବା ଦ୍ବାରା ତ୍ବଚା ଓ କେଶ ଜନିତ ସମସ୍ୟା ଦୂର ହୋଇଥାଏ। ସାଧାରଣତଃ ମେଥି ପାଟିକୁ ଟିକେ ପିତା ଲାଗିଥାଏ। କିନ୍ତୁ ଯଦି ଆମେ ଏହାକୁ ଲଡୁ ଭାବେ ପ୍ରସ୍ତୁତ କରି ଖାଇବା ତେବେ ଏହା ପାଟକୁ ସୁଆଦ ଲାଗିବା ସହ ଶରୀର ପାଇଁ ମଧ୍ୟ ଉତ୍ତମ ହୋଇଥାଏ।

ଆବଶ୍ୟକୀୟ ସାମଗ୍ରୀ: ମେଥି, ସୁଜି ବା ଅଟା, ଘିଅ, ଗୁଡ, ଗୁଜୁରାଟ ପାଉଡର, ଡ୍ରୋଏ ଫ୍ରୁଟ୍ସ

- Advertisement -

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ମେଥିକୁ ଅଳ୍ପ ଭାଜି ଗ୍ରାଇଣ୍ଡରରେ ପେସି ଦିଅନ୍ତୁ। ସୁଜି ବା ଅଟାକୁ ଘିଅରେ ଧିମା ଆଞ୍ଚରେ ଭାଜି ରଖନ୍ତୁ। ଏହା ପରେ ଗୁଡକୁ ମଧ୍ୟ ଧିମା ଆଞ୍ଚଳରେ ବସାଇ ପାଗ(ତରଳାଇବା) କରନ୍ତୁ। ଗୁଡ ପାଗ ହୋଇଗଲେ ସେଥିରେ ମେଥି ପାଉଡର, ଭଜା ସୁଜି ବା ଅଟା, ଘିଅ, ଗୁଜୁରାଟ ପାଉଡର ଏବଂ ଡ୍ରୋଏ ଫ୍ରୁଟ୍ସ ପକାଇ ଭଲ ଭାବରେ ଗୋଳାନ୍ତୁ। ଏବେ ଗ୍ୟାସ ବନ୍ଦ କରି ଅଳ୍ପ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ପରେ ଏହାକୁ ଲଡୁ ଆକାରର ବଲ ପ୍ରସ୍ତୁତ କରନ୍ତୁ। ପ୍ରସ୍ତୁତ ହୋଇଗଲା ମେଥି ଲଡୁ। ଏହାକୁ ଆପଣ ଚାହିଁଲେ ଏକ ଡବାରେ ଷ୍ଟୋର କରି ରଖି ପାରିବେ।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories