www.samajalive.in
Saturday, December 13, 2025
14.1 C
Bhubaneswar

‘କରୋନା’କୁ ନେଇ ଭାଇରାଲ ହେଉଛି ମିଥ୍ୟା ଖବର, ରୋକ୍‌ ଲଗାଇବାକୁ ଫେସ୍‌ବୁକ୍‌ର ଉଦ୍ୟମ

ନୂଆଦିଲ୍ଲୀ: ଚୀନ ସମେତ ଅନ୍ୟ ଦେଶଗୁଡ଼ିକ ଏବେ କରୋନା ଭାଇରସର ମୁକାବିଲା ପାଇଁ ସଂଘର୍ଷ କରୁଛନ୍ତି। ଚୀନରେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ୪୯୨ ଜଣଙ୍କ ମୃତ୍ୟୁ ଘଟିଲାଣି। କିନ୍ତୁ ସୋସିଆଲ ମିଡିଆରେ କରୋନାକୁ ନେଇ ନାନା ମିଥ୍ୟା ଖବର ଭାଇରାଲ ହେଉଛି। ବିଶେଷ କରି ଫେସ୍‌ବୁକରେ କରୋନା ସମ୍ପର୍କରେ ମିଥ୍ୟା ଖବର ସାଙ୍ଗକୁ ଭିଡିଓ ଭାଇରାଲ ହେଉଛି, ଯାହାକୁ ନେଇ ବ୍ୟବହାରକାରୀଙ୍କ ସମେତ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଉଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛି ଫେସ୍‌ବୁକ୍‌। ତେଣୁ ଏସବୁ ମିଥ୍ୟା ଖବରଗୁଡ଼ିକୁ ରୋକିବାକୁ ଫେସବୁକ୍‌ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି।

କରୋନାକୁ ନେଇ ଅତିରଞ୍ଜିତ ଏବଂ ମିଥ୍ୟା ଖବର ଭାଇରାଲ ହେଉଥିବାରୁ ଏହା କେବଳ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁନାହିଁ, ବରଂ ଲୋକମାନେ ବିପଜ୍ଜନକ ଚିକିତ୍ସା ପଦ୍ଧତିକୁ ଅନୁସରଣ କରୁଛନ୍ତି। ବ୍ଲିଚିଂ ପିଇବା ଦ୍ବାରା କରୋନାରୁ ଆରୋଗ୍ୟ ମିଳିପାରିବା ଏବଂ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ବିଷୟରେ ଫେସବୁକରେ ମିଥ୍ୟା ଖବର ପୋଷ୍ଟ କରାଯାଉଛି। ଏହା ଉପରେ ରୋକ୍‌  ଲଗାଇବାକୁ ଫେସବୁକ୍‌ ପଦକ୍ଷେପ ନେବା ସ୍ବରୂପ ଏ ନେଇ କ୍ୟାମ୍ପେନ ଆରମ୍ଭ କରିଛି। ଲୋକେ କିପରି ବିପଥଗାମୀ ନ ହେବେ ସେଥିଲାଗି ଫେସ୍‌ବୁକ୍‌ ପକ୍ଷରୁ ଏକ ବ୍ଲଗ ପୋଷ୍ଟରେ କୁହାଯାଇଛି ଯେ, ଯେହେତୁ ବିଶ୍ଵର ଜନ ସ୍ବାସ୍ଥ୍ୟ କମ୍ୟୁନିଟି ଲୋକମାନଙ୍କୁ ସୁରକ୍ଷିତ ରଖିବା ଦିଗରେ କାର୍ଯ୍ୟ କରୁଛି, ଫେସବୁକ୍‌ ସେମାନଙ୍କ କାର୍ଯ୍ୟକୁ ସମର୍ଥନ କରୁଛି। କରୋନା ଭାଇରସ ସମ୍ପର୍କରେ ଯେଉଁ  ଭୁଲ ତଥ୍ୟ ଏବଂ ବିଷୟ ପ୍ରଚାରିତ ହେଉଛି ବା ଭାଇରାଲ ହେଉଛି ତାହାକୁ ନିୟନ୍ତ୍ରଣ କରିବା ଲାଗି ଫେସ୍‌ବୁକ୍‌ କାର୍ଯ୍ୟ କରୁଛି। ଆମ ତୃତୀୟ ପକ୍ଷ ତଥ୍ୟ ଯାଞ୍ଚକାରୀ ଦଳ ଫେସବୁକର ବିଷୟବସ୍ତୁର ସମୀକ୍ଷା କରୁଛନ୍ତି ଏବଂ କରୋନା ଭାଇରସ ସମ୍ପର୍କିତ ମିଥ୍ୟା ଖବରକୁ ବାଦ୍‌ ଦିଆଯାଉଛି। ଯାଞ୍ଚକାରୀ ଦଳ କୌଣସି ତଥ୍ୟକୁ ମିଥ୍ୟା ବୋଲି ଦର୍ଶାଇଲେ, ଆମେ ସେଗୁଡ଼ିକ କିପରି ଫେସବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ଭାଇରାଲ ନ ହେବ ସେ ଦିଗରେ ପଦକ୍ଷେପ ନେଉଛୁ। ଏଭଳି ଖବର ଅଥବା ତଥ୍ୟ ପୋଷ୍ଟ କରୁଥିବା କିମ୍ବା କରିବାକୁ ଉଦ୍ୟମ କରୁଥିବା ବ୍ୟବହାରକାରୀଙ୍କୁ ନୋଟିଫିକେଶନ ମାଧ୍ୟମରେ ମଧ୍ୟ ଅବଗତ କରାଯାଉଛି।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories