www.samajalive.in
Saturday, December 13, 2025
14.1 C
Bhubaneswar

ଅନ୍ଧାରରେ ଅନ୍ତେବାସୀ ଏକମାସ ହେବ ଜଳୁନି ବିଜୁଳି

କଲପୁର: ନିକଟରେ ପରିକ୍ଷା କିନ୍ତୁ ଅନ୍ଧାରରେ ଅନ୍ତେବାସୀ, ମାସେ ହେବ ଜଳୁନି ବିଜୁଳି ତାସହିତ ଲଣ୍ଠନ ଆଲୁଅ ପାଇଁ ମଧ୍ୟ ମିଳୁନି କିରୋସିନ୍ ଏଭଳି ଅବ୍ୟବସ୍ଥା ମଧ୍ୟରେ ରହୁଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିରିମସ୍କା ଉଚ୍ଚ ବିଦ୍ୟାଳୟର ଆଦିବାସୀ ଅନ୍ତେବାସୀ। ଆଦିବାସୀ ଛାତ୍ରୀ ନିବାସ ଓ ଛାତ୍ରାବାସରେ ବିଜୁଳି ଜଳୁନଥିବା ଯୋଗୁଁ ନାନା ଅସୁବିଧା ଭୋଗୁଛନ୍ତି ଅନ୍ତେବାସୀ। ବିଜୁଳି ନଥିବା ଯୋଗୁଁ ଅନ୍ତେବାସୀଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ଜଳର ଘୋର ଅସୁବିଧା ଭୋଗିବାକୁ ପଡୁଥିବା କହିଛନ୍ତି ଅନ୍ତେବାସୀ।ଅନ୍ଧାରରେ ଅନେକ ବିପଦ ରହିଥିବା କଥା ଉଲ୍ଲେଖ କରିଛନ୍ତି ଅନ୍ତେବାସୀ। ସେମନଙ୍କୁ ଗାଧୋଇବା ବା ଶୌଚ ପାଇଁ ପରିସର ବାହାରକୁ ଯିବାକୁ ପଡୁଛି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୧୧୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀମାନଙ୍କ ପାଇଁ ଏକ ଛାତ୍ରୀ ନିବାସ ନିର୍ମାଣ କରାଯାଇଛି। ଏଥିସହ ଗରିବ ଆଦିବାସୀ ଛାତ୍ର ମାନଙ୍କ ପାଇଁ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ଅଞ୍ଚଳର ଗରିବ ଆଦିବାସୀ ଛାତ୍ରଛାତ୍ରୀମାନେ ରହି ଅଧ୍ୟୟନ କରିପାରିବେ।ଚଳିତ ମାସ ୧୯ ତାରିଖରେ ମାଟ୍ରିକ ପରୀକ୍ଷା ହେବାକୁ ଥିଲାବେଳେ ବିଜୁଳି ନଥିବା ଯୋଗୁଁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା କହିଛନ୍ତି ଅନ୍ତେବାସୀ।ଗତ ଜାନୁଆରୀ ୫ ତାରିଖରେ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ଟ୍ରାନ୍ସଫର୍ମର୍ ଖରାପ ହୋଇଥିବା ସୂଚନା ଦେଇଛନ୍ତି ପ୍ରଧାନ ଶିକ୍ଷକ।ଏହି ସମସ୍ୟା ନେଇ ବିଦ୍ୟାଳୟ ତରଫରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବୈରାଗୀ ଚରଣ ନାଏକ ଗତ ଜାନୁଆରୀ ୧୦ ତାରିଖରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଲିଖିତ ମାଧ୍ୟମରେ ଅବଗତ କରାଯାଇଥିବା କହିଛନ୍ତି।କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇନଥିବା ବିଡମ୍ବନାର ବିଷୟ ଅଟେ। ଏହାର ତୁରନ୍ତ ସମାଧାନ ପାଇଁ ନିବେଦନ କରିଛନ୍ତି ଅନ୍ତେବାସୀ।

Hot this week

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

Related Articles

Popular Categories