www.samajalive.in
Saturday, December 13, 2025
14.1 C
Bhubaneswar

ନାବାଳିକାକୁ ବଳାତ୍କାର : ଅଭିଯୁକ୍ତ ନାବାଳକକୁ ପଠାଗଲା ସୁଧାର ଗୃହ

ସମ୍ବଲପୁର : ସମ୍ବଲପୁରର ଧନୁପାଲୀ ଥାନା କ୍ଷେତ୍ର ଅଞ୍ଚଳରେ ନାବାଳିକାକୁ ଜଣେ ନାବାଳକ ବଳାତ୍କାର କରିଥିବାର ଚାଞ୍ଚଲ୍ୟକର ଖବର ସମ୍ମୁଖକୁ ଆସିଛି

ପ୍ରାପ୍ତସୂଚନାନୁଯାୟୀ, ସରଲାକାନୀର ମୁଣ୍ଡାପଡାର ଜଣେ ନାବାଳିକାଙ୍କୁ ତାଙ୍କର ପଡୋଶୀ ନାବାଳକ ବଳାତ୍କାର କରିଛିଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବା ନାବାଳିକାର ବାପାମାଆ କାମକୁ ଯାଇଥିବା ବେଳେ ସନ୍ଧ୍ୟା ସମୟରେ ଝିଅଟି ବାହାରେ ଖେଳୁଥିଲାଏହି ସମୟରେ ବଳାତ୍କାର କରିଥିବା ଅଭିଯୁକ୍ତ ନାବାଳକ ଜଣକ ପାଖରେ ଥିବା ତାର ମାମୁଁ ଘରକୁ ନାବାଳିକାକୁ ଡାକି ନେଇଥିଲାମାମୁଁର ଦେହ ଖରାପ ଥିବାରୁ ସମସ୍ତେ ଡାକ୍ତରଖାନା ଯାଇଥିବାରୁ ଘରଟି ଖାଲି ଥିବାର ସୁଯୋଗ ନେଇ ନାବାଳକ ଜଣକ ନାବାଳିକାର ପାଟିକୁ ବନ୍ଦ କରି ଜୋର ଜବରଦସ୍ତି ଦୁର୍ଷ୍କମ କରିଥିଲାନାବାଳକ ଜଣକ ଦୁର୍ଷ୍କମ କରିବା ସମୟରେ ନାବାଳିକାଟି ଜୋରରେ ପାଟି କରିବାରୁ ଘର ବାହାରେ ଥିବା ତାର ସାଙ୍ଗ ମାନେ ଘରର କବାଟ ଫାଙ୍କରେ ଘର ମଧ୍ୟକୁ ଦେଖିଥିଲେନାବାଳିକାର ସାଙ୍ଗ ମାନେ କବାଟ ଫାଙ୍କ ମଧ୍ୟରେ ଦେଖି ଦୁର୍ଷ୍କମ ବିଷୟରେ ଜାଣିବାକୁ ପାଇଥିଲେନାବାଳକ ଜଣକ ଦୁର୍ଷ୍କମ କରିବା ପରେ ନାବାଳିକାକୁ ୨୦ ଟଙ୍କା ଦେଇ ଚକଲେଟ ଖାଇବୁ ଏବଂ କାହାରିକୁ କିଛି କହିବୁ ନାହିଁ ବୋଲି କହି ଛାଡି ଦେଇଥିଲା।  ତେବେ ନାବାଳିକା ଜଣକ ଟଙ୍କା ଧରି କାନ୍ଦି କାନ୍ଦି ଘରକୁ ଫେରିବା ପରେ ତାର ମାଆ ବାପାଙ୍କୁ ଘଟଣା ସର୍ମ୍ପକରେ କହିଥିଲେଏହା ପରେ ନାବାଳିକାର ବାପା ମାଁ ଙ୍କୁ ଝିଅର ସାଙ୍ଗ ମାନେ ମଧ୍ୟ ଘଟଣା ସର୍ମ୍ପକରେ କହିଥିଲେଏଣୁ ତାଙ୍କର ଲିଖିତ ଅଭିଯୋଗରେ ଧନୁପାଲୀ ଥାନାରେ ନାବାଳିକାଙ୍କୁ ବଳାତ୍କାର ପୋକସୋ ଆକ୍ସ ଅନୁଯାୟୀ ମାମଲା ନଂ ୫୫/୨୦୨୦ ରୁଜୁ କରାଯାଇ ଅଭିଯୁକ୍ତ ନାବାଳକକୁ ପୁଲିସ ଧରିଥିଲାଉଭୟ ନାବାଳକ ନାବାଳିକାର ଡାକ୍ତରୀ ମାଇନା କରାଯାଇଛିଆଇନ ଅନୁଯାୟୀ ପ୍ରକ୍ରିୟା ପୂରଣ ପରେ ନାବାଳକକୁ ରାଉରକେଲା ସ୍ଥିତ ବାଳ ସୁଧାର ଗୃହକୁ ପଠାଯାଇଛି ବୋଲି ଧନୁପାଲୀ ପୁଲିସ କହିଛି।

Hot this week

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

Related Articles

Popular Categories