www.samajalive.in
Saturday, December 13, 2025
27.1 C
Bhubaneswar

ଖାଲି ନାହିଁ, କଟକ ନେଇଯାଅ 

ଭୁବନେଶ୍ବର : ଭରସା କରି ପୁରୀରୁ କ୍ୟାପିଟାଲ ହସ୍ପିଟାଲ ଆସିଥିଲୁ ହେଲେ ଏଠାରେ କେହି ଶୁଣିବାକୁ ନାହାନ୍ତି। କିଛି ଖାଲି ନାହିଁ କଟକ ନହେଲେ ଘରୋଇ ହସ୍ପିଟାଲ ନେଇଯିବାକୁ ଡାକ୍ତର କହିଲେ ବୋଲି ରୋଗୀଙ୍କ ସମ୍ପର୍କୀୟ ନିଜ ଦୁଃଖ ବଖାଣିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ରୋଗୀ ହଟହଟା ନେଇ ଅଭିଯୋଗ ହୋଇଛି। ଗତ ଦୁଇଦିନ ହେବ ପୁରୀର ଉତ୍ସବ ପ୍ରଧାନ ପେଟ ଓ ଛାତି ରୋଗକୁ ନେଇ ଏଠାକୁ ଚିକିତ୍ସା ନିମନ୍ତେ ଆସିଥିଲେ ମାତ୍ର ଚିକିତ୍ସା ଦୂରର କଥା ଗୋଟେ ଇଞ୍ଜେକ୍ସନ୍‌ ଦେଇ କଟକ ରେଫର କରିଦେଲେ। ଦୁଇ ଘଣ୍ଟା ଆଶୁଚିକିତ୍ସା କେନ୍ଦ୍ର ସାମ୍ନାରେ ଷ୍ଟ୍ରେଚରରେ ପଡ଼ି ରହି ଶେଷ‌େ‌ର ଉତ୍ସବଙ୍କୁ ପରିବାର ଲୋକ କଟକ ନେଇଥିଲେ।

ପ୍ରକାଶ ଯେ ଦୁଇଦିନ ପୂର୍ବେ ପୁରୀ ଜିଲାର ଉତ୍ସବ ପ୍ରଧାନ ଚିକିତ୍ସିତ ହେବା ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ସାଙ୍ଗରେ ଥିଲେ ପତ୍ନୀ ଏବଂ ସମ୍ପର୍କୀୟ। ପେଟ ଦରଜ େହବା ସହ ଛାତିରେ କଷ୍ଟ ଅସହ୍ୟ ହେଉଥାଏ। ଏହାରି ଭିତରେ ଟିକଟ କରି ଆଶୁଚିକିତ୍ସା କେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ କରିଥିଲେ। ପରୀକ୍ଷା ନକରି କେବଳ ଏକ ଇଞ୍ଜେକ୍ସନ ଦେଇ ଏଠାରେ ଆଇସିୟୁ ଫାଙ୍କା ନାହିଁ ଏବଂ ଚିକିତ୍ସା କରିହେବନି ବୋଲି ସିଧାସଳଖ ମନା କରିଦେଇଥିଲେ।

- Advertisement -

ହସ୍ପିଟାଲରେ ନୂଆ କରି ସ୍ବତନ୍ତ୍ର ଭାବେ ହୃଦ୍‌ରୋଗ ବିଭାଗ ସହିତ ଏବଂ ଛାତିରୋଗ ବିଭାଗ ଥିବାବେଳେ ତାଙ୍କୁ ସେଠାରେ ଚିକିତ୍ସା କରିନଥିଲେ। ଏହାବ୍ୟତୀତ ଆଶୁଚିକିତ୍ସା କେନ୍ଦ୍ର କଡ଼କୁ ଲାଗି ରହିଛି ଟ୍ରାଏଜ ରୁମ। ଏହାଥିବା ସତ୍ତ୍ବେ ବି ତାଙ୍କୁ ସେଠାରେ ନରଖି ରେଫର କରିଥିଲେ। ପାଖରେ ଟଙ୍କା ନଥିବାରୁ ଅନେକ ହଟହଟା ହୋଇଥିଲେ। ପରିଣତ ବୟସରେ ଆଶୁଚିକତ୍ସା କେନ୍ଦ୍ରରେ ଉତ୍ସବ ଶୋଇ ରହିଥିବା ବେଳେ ପାଖରେ ପତ୍ନୀ ଦେହକୁ ମୋଡ଼ାଘଷା କରୁଥିଲେ। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଯୋଗଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ  ନଥିଲେ। ଫାର୍ମାସିଷ୍ଟଙ୍କୁ ନେଇ ସବୁ କାର୍ଯ୍ୟ କରାଯାଉଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories