www.samajalive.in
Friday, December 12, 2025
14.1 C
Bhubaneswar

ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଉଲୁବେଡ଼ିଆ ରଣକ୍ଷେତ୍ର : ପୁଲିସ-ଜନତା ସଂଘର୍ଷ

କଲକାତା : ସରସ୍ବତୀ ପୂଜା ଦିନ ବୁଲିବାକୁ ବାହାରି ନିଖୋଜ ଥିବା ଛାତ୍ରୀ ମୃତଦେହ ସୋମବାର ସକାଳେ ସ୍ଥାନୀୟ ରେଳ ଲାଇନ୍‌ ପାର୍ଶ୍ବରୁ ଉଦ୍ଧାର ହେବା ଘଟଣାକୁ ନେଇ ସମଗ୍ର ଉଲୁବେଡ଼ିଆ ଉତ୍ତେଜନାପ୍ରବଣ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ନିଖୋଜ ପରେ ଛାତ୍ରୀଟିକୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି ଓ ପରେ ରେଳ ଲାଇନ୍‌ ପାର୍ଶ୍ବରେ ଫୋପାଡ଼ି ଦିଆଯାଇଛି। ଘଟଣାକୁ କେନ୍ଦ୍ରକରି ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେବା ଦ୍ବାରା ପୁଲିସ ଆସି ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଉଦ୍ୟତ ହୁଅନ୍ତେ, ଉତ୍ତେଜିତ ଜନତା ପୁଲିସ ଉପରକୁ ଆକ୍ରମଣ କରିବା ସହ ପୁଲିସକୁ ଲକ୍ଷ୍ୟ କରି ଟେକା-ପଥର ଇତ୍ୟାଦି ଫୋପାଡ଼ିଥିଲେ। ଯାହାଦ୍ବାରା କ୍ଷଣିକ ମଧ୍ୟରେ ସମଗ୍ର ଅଞ୍ଚଳଟି ରଣକ୍ଷେତ୍ର ପାଲଟିଥିଲା। ପରେ ପୁଲିସର ବିଶାଳବାହିନୀ ଆସି ଉତ୍ତେଜିତ ଜନତାଙ୍କୁ ଘଉଡ଼ାଇବା ସହ ଲୁହବୁହା ଗ୍ୟାସ୍‌ ଓ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା। ଅପରାହ୍ଣ ପ୍ରାୟ ୨ଟା ବେଳେ ପରିସ୍ଥିତି କ୍ରମଶଃ ସ୍ବାଭାବିକ ହୋଇଥିଲେ ସୁଦ୍ଧା ସମଗ୍ର ଅଞ୍ଚଳରେ ବିଶାଳ ବାହିନୀ ମୁତୟନ କରାଯାଇଛି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ସ୍ଥାନୀୟ ଏକ ସ୍କୁଲର ଜଣେ ଛାତ୍ରୀ ସ୍ବରସ୍ବତୀ ପୂଜା ଦିନ ନିଖୋଜ ହେବାରୁ ପରିବାର ଲୋକେ ଥାନାରେ ଅଭିଯୋଗ ଦାୟର କରିଥିଲେ। ଫଳରେ ପୁଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଥିଲା, ଏପରିକି ପୁଲିସର ଏକ ଦଳ ସେହି ସ୍କୁଲକୁ ଯାଇ ଖୋଜିଥିଲା। କିନ୍ତୁ ସ୍କୁଲର ସିସିଟିଭି ଦେଖି ପୁଲିସ ଜାଣିପାରିଛି ​ ଯେ ସରସ୍ବତୀ ପୂଜା ଦିନ ଛାତ୍ରୀଜଣକ ସ୍କୁଲକୁ ଯାଇ ନଥିଲା। ସେବେଠୁ ପୁଲିସ ପକ୍ଷରୁ ଖୋଜଖବର ନିଆଯାଉଥିଲେ ସୁଦ୍ଧା ଛାତ୍ରୀଟିର କୌଣସି ସନ୍ଧାନ ମିଳି ନ ଥିଲା। ତେବେ ଆଜି ସକାଳେ ଉଲୁବେଡ଼ିଆ ରେଳ ପାର୍ଶ୍ବରେ ଜଣେ ଯୁବତୀର ମୃତଦେହ ପଡ଼ିଥିବା ଖବର ପାଇ ପୁଲିସ ସେଠାରେ ଯାଇ ମୃତଦେହଟିକୁ ଉଦ୍ଧାର କରିବାରୁ ମୃତ ଯୁବତୀଜଣକ ସେହି ନିଖୋଜ ଛାତ୍ରୀ ବୋଲି ପରିବାର ଲୋକେ କହିଛନ୍ତି। ଘଟଣା ସମ୍ପର୍କରେ ସେହି ଛାତ୍ରୀର ଜଣେ ସାଙ୍ଗକୁ ପୁଲିସ ପଚରାଉଚୁରା କରିବାରୁ ସେ କହିଛନ୍ତି ଯେ ଛାତ୍ରୀଟି ସହ ଜଣେ ଯୁବକର ପରିଚୟ ଥିଲା। ପୁଲିସ ପକ୍ଷରୁ ସେହି ଯୁବକକୁ ଜେରା କରାଯିବା ସହ ଘଟଣାର ନେପଥ୍ୟ ରହସ୍ୟ ଜାଣିବା ପାଇଁ ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଭିତ୍ତିରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ପୁଲିସ-ଜନତା…

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories