www.samajalive.in
Friday, December 12, 2025
14.1 C
Bhubaneswar

ଜନ୍ମଦିନରେ ଦୂତିଙ୍କ ସଂକଳ୍ପ: ଅଲିମ୍ପିକ୍‌ସ ଯୋଗ୍ୟତା ଲକ୍ଷ୍ୟ

ଭୁବନେଶ୍ବର : ଓଡ଼ିଆ ସ୍ପ୍ରିଣ୍ଟର ଅଲିମ୍ପିଆନ ଦୂତି ଚାନ୍ଦଙ୍କ ସୋମବାର ଥିଲା ଜନ୍ମଦିନ। ହୋଟେଲ କ୍ରାଉନ୍‌ରେ ଜନ୍ମଦିନ ପାଳନ ପାଇଁ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ୟ୍ୟକ୍ରମ। ଏଥିରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ, ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଅର୍ଜୁନ ପୁରସ୍କାରପ୍ରାପ୍ତ ସାଇକଲ ଚାଳିକା ମିନତି ମହାପାତ୍ର, ଆଥ୍‌ଲେଟ୍‌ ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମ, ଚଳଚ୍ଚିତ୍ର ତାରକା ସବ୍ୟସାଚୀ, ମିହିର ଦାସ, ଚଳଚ୍ଚିତ୍ର ସମୀକ୍ଷକ ଦିଲିପ ହାଲି, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, କିଟ୍‌ ବିଶ୍ବବିଦ୍ୟାଳୟ ଉପ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ, କିଟ୍‌ର ବରିଷ୍ଠ ଅଧିକାରୀ ଡ. ସୁଚେତା ପ୍ରିୟବାଦିନୀ, ଡ. ଶ୍ରଦ୍ଧାଞ୍ଜଳି ନାୟକ, ଡ. ସ୍ମିତା ମହାନ୍ତିଙ୍କ ସମେତ ବହୁ ବ୍ୟକ୍ତି, କ୍ରୀଡ଼ାବିତ୍‌, କ୍ରୀଡ଼ାପ୍ରେମୀ ତଥା ଶୁଭେଚ୍ଛୁ ଏବଂ କିଟ୍‌ ଓ କିସ୍‌ ପରିବାରj ସଦସ୍ୟ ଦୂତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କ ଭବିଷ୍ୟତର ଉତ୍ତରୋତ୍ତର କାମନା କରିଥିଲେ। ଦୂତି ଚାନ୍ଦ ହେଉଛନ୍ତି ସ୍ବତନ୍ତ୍ର ପ୍ରତିଭାସମ୍ପନ୍ନ। ଚଳିତ ବର୍ଷ ଅଲିମ୍ପିକ୍‌ସ ପାଇଁ ସବୁ ଓଡ଼ିଆ ଓ ଭାରତୀୟଙ୍କ ଯେଉଁ ସ୍ବପ୍ନ ରହିଛି; ତାହାକୁ ଦୂତି ସାକାର କରନ୍ତୁ ବୋଲି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ପ୍ରଫେସର ସାମନ୍ତ କହିଥିଲେ। ସକାଳେ ଦୂତି କିସ୍‌ରେ ୩୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ଗହଣରେ ଜନ୍ମଦିନ ପାଳନ କରିଥିଲେ। ଚଳିତବର୍ଷ କ୍ରୀଡ଼ା ଟୋକିଓ ଅଲିମ୍ପିକ୍‌ସ ରହିଛି। ଏଥିପାଇଁ ପ୍ରଥମେ ଯୋଗ୍ୟତା ହାସଲ କରିବା ମୋର ପ୍ରଥମ ଲକ୍ଷ୍ୟ ରହିଛି। ଏଥିପାଇଁ ସବୁ ପ୍ରକାର ପରିଶ୍ରମ କରିବା ନେଇ ପ୍ରସ୍ତୁତ ଏବଂ ଏହା ମୋର ଜନ୍ମଦିନର ସଂକଳ୍ପ ବୋଲି ଦୂତି କହିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories