www.samajalive.in
Friday, December 12, 2025
16.1 C
Bhubaneswar

ମହାକାଶରେ ‘ସ୍ପେସ୍‌ ହୋମ୍’ ବ୍ୟବସ୍ଥା

–  ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ ନିକଟରେ ସମଗ୍ର ବିଶ୍ବବାସୀଙ୍କୁ ଏକ ରୋଚକ ତଥ୍ୟ ଅବଗତ କରାଇଛି। ଖୁବ୍ ଶୀଘ୍ର ମହାକାଶରେ ଏକ ‘ସ୍ପେସ୍‌ ହୋମ୍‌’ ନିର୍ମାଣ ହେବ, ଯେଉଁଠାରେ ଲୋକେ ଯାଇ ଅନେକ ଦିନ ଧରି ରହିପାରିବେ। ପ୍ରଥମରୁ ଜାଣିରଖନ୍ତୁ, କେବଳ ଧନିକ ବର୍ଗର ଲୋକ ହିଁ ଏହି ଖର୍ଚ୍ଚ ଉଠାଇପାରିବେ ବୋଲି ନାସା ସ୍ପଷ୍ଟ କରିଛି। ‘ଏକ୍ସିୟମ୍ ସ୍ପେସ୍’ ନାମକ ଏକ ଷ୍ଟାର୍ଟ ଅପ୍ କମ୍ପାନୀ ସହ ନାସା ଚୁକ୍ତି କରିଛି। ୨୦୨୪ ସୁଦ୍ଧା ଏହି ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହେବ ଓ ପୃଥିବୀପୃଷ୍ଠରୁ ଲୋକେ ମହାକାଶ ପର୍ଯ୍ୟନ୍ତ ଯାତ୍ରା କରିପାରିବେ। ଏକ୍ସିୟମ୍ ସ୍ପେସ୍‌ ଏହି ପ୍ରୋଜେକ୍ଟର କେତୋଟି ଫଟୋ ସୋସିଆଲ ସାଇଟ୍‌ରେ ଅପଲୋଡ କରିବା ସହ କାମ ମଧ୍ୟ ଆରମ୍ଭ ହୋଇସାରିଥିବାର ତଥ୍ୟ ଦେଇଛି। ବିଳାସମୟ ଏହି ମହାକାଶ ଘରେ ଏଲଇଡି ଟିଭି ସହ ୱାଇଫାଇ ଓ ଚତୁର୍ଦିଗରେ ଗଦିର ବ୍ୟବସ୍ଥା ରହିବ। ଏହା ସହ ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ କାଚର ଝରକା ରହିବ, ଏହି ଝରକା ଦେଇ ମହାକାଶ ଯାଇଥିବା ଲୋକେ ମହାକାଶରୁ ପୃଥିବୀର ୩୬୦ ଡିଗ୍ରୀ ଘୂର୍ଣ୍ଣୟମାନ ରୂପ ଦେଖିପାରିବେ। ଆମେରିକା ଓ ଇଉରୋପର ଧନିକ ବର୍ଗ ମହାକାଶ​‌େ​‌ର ହେବାକୁ ଯାଉଥିବା ଏଇ ଘରକୁ ଯାତ୍ରା କରିବା ନିମନ୍ତେ ଖୁବ୍ ଆଗ୍ରହୀ ବୋଲି ମତାମତରୁ ଜଣାପଡ଼ିଛି। କେବଳ ମହାକାଶ ଯାତ୍ରା ନିମନ୍ତେ ଜଣେ ବ୍ୟକ୍ତିଙ୍କୁ ୧କୋଟି ୭୭ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିବ। ପରବର୍ତ୍ତୀ ସମୟରେ ସେଠାରେ ରହିବାର ଖର୍ଚ୍ଚ ବଜେଟ୍ ପ୍ରସ୍ତୁତ କରାଯିବ ବୋଲି ନାସାର ଜନୈକ କର୍ମଚାରୀ ଅବଗତ କରାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories