www.samajalive.in
Monday, December 8, 2025
27.1 C
Bhubaneswar

ଆଜି ବିଶ୍ବ କର୍କଟ ଦିବସ : ଉପଯୁକ୍ତ ଚିକିତ୍ସା ଓ ସଚେତନତା ଲୋଡ଼ା

ଭୁବନେଶ୍ବର : କ୍ୟାନ୍‌ସର ବା କର୍କଟ ରୋଗ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ସଞ୍ଚରି ଉଠେ। ଏହି ରୋଗରେ ଆକ୍ରାନ୍ତ ରୋଗୀ ବଞ୍ଚିବା ମରିବା ଲଢ଼େଇ ଭିତରେ ଭାଙ୍ଗିପ​ଡେ। ପ୍ରାଥମିକ ଅବସ୍ଥାରେ ସଫଳ ଚିକିତ୍ସା ଦ୍ବାରା ଅନେକ କ୍ଷେତ୍ରରେ ରୋଗମୁକ୍ତ ହେବାର ସମ୍ଭାବନା ରହିଛି। ରୋଗୀର ଦୃଢ଼ଇଚ୍ଛା ଶକ୍ତି ଓ ଠିକଣା ସମୟରେ ଚିକିତ୍ସା କରାଗଲେ ସୁସ୍ଥ ହେବାର ବହୁ ସମ୍ଭାବନା ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ଫେବୃଆରୀ ୪କୁ ବିଶ୍ବ କର୍କଟ ଦିବସ ରୂପେ ପାଳନ କରାଯାଉଛି। ଏଥିପାଇଁ ସଚେତନତା ସୃଷ୍ଟି ପାଇଁ ଶୋଭାଯାତ୍ରା କରାଯାଉଛି। ଏହି ଦିବସରେ ପୀଡ଼ିତ ବ୍ୟକ୍ତିଙ୍କ ଅନୁଭୂତିକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା….।

ମାନସିକସ୍ତରରେ ନିଜକୁ ପ୍ରସ୍ତୁତ କରିବା ଦରକାର
ଅଭିନୟ ମୋ ପରିଚୟ, ଘରଲୋକ ମୋ ଜୀବନ। ପ୍ରତି ମୁହୂର୍ତ୍ତରେ ସେମାନଙ୍କ ଆଖିର ଲୁହ ଓ ମନର ଦୁର୍ବଳତା ଅସ୍ଥିର କରୁଛି ବୋଲି କହନ୍ତି ଅଭିନେତ୍ରୀ ରା‌େ‌ଜଶ୍ବରୀ ରାୟ ମହାପାତ୍ର। ପ୍ରଥମେ ଆଲବମ ଓ ପରେ ସିନେମା ଜଗତରେ lସ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ଚମତ୍କାର ଓ ନିଖୁଣ ଅଭିନୟ ଜରିଆରେ ସେ ଦର୍ଶକଙ୍କୁ ବାନ୍ଧି ରଖିବା ସହିତ ତାଙ୍କର ଭଲ ପାଇବା ପାଇପାରିଛନ୍ତି। ତିନି ବର୍ଷ ହେବ ତାଙ୍କର ବିବାହ ହୋଇଛି।
ସଂସାର ଓ ପରିବାର କ’ଣ ଜାଣିବା ପୂର୍ବରୁ ତାଙ୍କୁ କର୍କଟ ରୋଗର ଶିକାର ହେବାକୁ ପଡ଼ିଛି। ହେଲେ ତାଙ୍କର ଆତ୍ମବଳ ଓ ବିଶ୍ବାସ ପାଇଁ ସେ କର୍କଟ ରୋଗର ଶେଷସ୍ତରରୁ ସୁସ୍ଥ ହୋଇ ଫେରିପାରିଛନ୍ତି ବୋଲି କହିନ୍ତି ରା‌େ‌ଜଶ୍ବରୀ।
ସୁଟିଂରୁ ଦୁଇ ଦିନ ଛୁଟି ମିଳିବାରୁ ଶାଶୂଘରକୁ ବାହାରି ଥିଲେ। ହେଲେ ବାଟରେ ଯିବା ବେଳେ ସେ ୬ଥର ବେହୋସ ହୋଇଯିବା ସହିତ ତାଙ୍କର ଗୋଡ଼ ହାତ ବଙ୍କା ହୋଇଯାଉଥିଲା। ସେଥିପାଇଁ ତାଙ୍କୁ ପାଖ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ଏହାପରେ ସକାଳୁ ଭୁବନେଶ୍ବରକୁ ଆଣି ଚିକିତ୍ସା କରିବାରୁ ତାଙ୍କୁ କର୍କଟ ରୋଗ ବୋଲି ଜଣାପଡ଼ିଥିଲା। ଭାଙ୍ଗି ନପଡ଼ି ମୁମ୍ବଇରେ ଚିକିତ୍ସା ହେବା ପରେ ବର୍ଷେ ହେବ କକର୍ଟ ରୋଗକୁ ବିଜୟ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଖୁବ୍‌ ଶୀଘ୍ର ସେ ସୁସ୍ଥ ହୋଇ ଅଭିନୟ ଜଗତକୁ ଫେରିବେ ବୋଲି କହିଛନ୍ତି ରା‌େ‌ଜଶ୍ବରୀ।

- Advertisement -

ସକାରାତ୍ମକ ଚିନ୍ତା ହିଁ ବିଜୟର ପଥ
କୁହାଯାଏ ଚିନ୍ତା ହିଁ ମଣିଷକୁ ଦୁର୍ବଳ ଆଡ଼କୁ ଟାଣିନିଏ। ଭଗବାନ ହିଁ ମଣିଷର ପ୍ରତିଟି ସମୟ ଓ ପରିସ୍ଥିତିର ପରୀକ୍ଷା ନେଉଛନ୍ତି। ତେବେ ଭାଗ୍ୟରେ ଯାହା ଘଟିବାର ଥିବ ସେୟା ହିଁ ଘଟିବ ବୋଲି ମୁଁ ବିଶ୍ବାସ କରିଛି ବୋଲି ସୋଆ ବିଶ୍ବବିଦ୍ୟାଳୟରେ ଆଇନ ବିଭାଗର ୪ର୍ଥ ବର୍ଷର ଛାତ୍ରୀ ସ୍ବାଗତିକା ଆଚାର୍ଯ୍ୟ କହିଛନ୍ତି। ସେ ଜଣେ ଭଲ ଓଡ଼ିଶୀ ନୃତ୍ୟଶିଳ୍ପୀ ସହିତ ଭଲ ଖେଳାଳି ମଧ୍ୟ। ତେବେ ୨୦୧୭ରେ ଖେଳକୁଦ କରୁଥିବା ସମୟରେ ତାଙ୍କର କାନ ପାଖରେ ଫୁଲିବାକୁ ଲାଗିଲା। ଡାକ୍ତରଙ୍କୁ ପରାମର୍ଶ କରିବାରୁ ଥଣ୍ଡାରୁ କାନ ତଳ ଫୁଲୁଥିବାରୁ ଥଣ୍ଡା ଔଷଧ ଖାଇବାକୁ ଦେଇଥିଲେ। ସବୁ ପରୀକ୍ଷା ପରେ ଡାକ୍ତର ଟିବି ଔଷଧ ଖାଇବାକୁ କହିଥିଲେ। ଚାରିମାସ ପରେ ଫୁଲା ନ କମିବାରୁ କର୍କଟ ରୋଗ ବୋଲି ଜଣାପଡ଼ିଥିଲା।
ଘରର ବଡ଼ ଝିଅ ବହୁତ ସ୍ନେହ ଶ୍ରଦ୍ଧାରେ ବଢ଼ିଛି। ସେଥିପାଇଁ ବାପା, ମାମା ମତେ କହିବାକୁ ଡରି ଯାଇଥିଲେ। ବାପା ରିପୋର୍ଟ ଦେଖି କାନ୍ଦିବାକୁ ଲାଗିଥିଲେ । ବାପାଙ୍କୁ କାନ୍ଦିବାରେ ଦେଖି ମୁଁ ଭାଙ୍ଗି ନ ପଡ଼ି ଧୈର୍ଯ୍ୟର ସହ ରହିବାକୁ କହିଥିଲି। ଏହାପରେ ମୁମ୍ବଇରେ ରୋଗ ଚିକିତ୍ସା ଆରମ୍ଭ ହୋଇଥିଲା। କେମୋ ଓ ଲାଇଟ ପଡ଼ିବା ପରେ ମୋର ବାଳ ଝଡ଼ିବାକୁ ଲାଗିଲା। ଯେହେତୁ ଫଟୋ ଉଠାଇବାକୁ ବହୁତ ପସନ୍ଦ କରୁଥିବାରୁ ଲଣ୍ଡା ହେବାକୁ ବହୁତ କଷ୍ଟ ଲାଗିଲା। ତଥାପି ନିଜେ ବାରିକ ପାଖରେ ଲଣ୍ଡା ହୋଇପଡ଼ିଲି। ମୁଁ ପ୍ରଥମରୁ ଏଭଳି ଦୁରାରୋଗ୍ୟରୁ ସୁସ୍ଥ ହୋଇ ଫେରିପାରିଛି। ନିଜର ସକାରାତ୍ମକ ଚିନ୍ତା ଓ ଭାବନା ସହିତ ଦୃଢ଼ ଆତ୍ମବଳ ଥିଲେ ସବୁ ଅସୁବିଧାରୁ ଆମେ ମୁକୁଳି ପାରିବା।

ଶିକ୍ଷାନୁଷ୍ଠାନ ନିକଟରେ ବନ୍ଦ ହେଉ ତମାଖୁ ବିକ୍ରି
କର୍କଟ ରୋଗରୁ ରକ୍ଷା ସହ ରାଜ୍ୟକୁ ତମାଖୁ ମୁକ୍ତ କରିବା ପାଇଁ ଓଡ଼ିଶା ସରକାର ୨୦୧୩ରେ ତମାଖୁ, ଜର୍ଦା ଭଳି ପାନ ମସଲାକୁ ବେଆଇନ ଘୋଷଣା କରିଥିଲା। ଶିକ୍ଷାନୁଷ୍ଠାନ ନିକଟରେ ଏହାକୁ ବେପାର କରିବା ପାଇଁ ମଧ୍ୟ କଟକଣା ଜାରି ହୋଇଥିଲା। ଧୂମପାନ ଓ ତମାଖୁ ଶିକ୍ଷାନୁଷ୍ଠାନ ନିକଟରେ ମିଳୁଥିବାରୁ ବିଦ୍ୟାର୍ଥୀ ଏହାକୁ ସେବନ କରି କର୍କଟ ଭଳି ମାରାତ୍ମକ ରୋଗରେ ଶିକାର ହେବାର ଆଶଙ୍କା ବୃଦ୍ଧି ପାଇଛି।
କିଛି ଦିନ ପୂର୍ବରୁ ରାଜ୍ୟ ଗୃହ ବିଭାଗ ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରୟ ବନ୍ଦ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପୁଲିସ ବିଭାଗକୁ ନିର୍ଦେଶ ଦେଇଛି। ଗୃହ ବିଭାଗ ନିର୍ଦେଶକୁ ପ୍ରାୟ ୧୦ ଦିନରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ପୁଲିସ ଏହାକୁ ପାଳନ କରିବା ଦିଗରେ ଆଖିଦୃଶିଆ ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗକୁ ନେଇ କ’ଣ କହନ୍ତି ସାଧାରଣ ଜନତା…..।ସେମାନଙ୍କ ମତରେ..

.
ପୁଲିସ ବିଭାଗ ଟ୍ରାଫିକ୍‌ ନିୟମ କାର୍ଯ୍ୟକାରୀ କରିବା ପାଇଁ ଯେଉଁଭଳି ଭାବେ କଠୋର ଆଭିମୁଖ୍ୟ ପୋଷଣ କରୁଛି ତମାଖୁ ମୁକ୍ତ ପାଇଁ ମଧ୍ୟ ଅନୁରୂପ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏହାକୁ ରୋକ ଲଗାଇବା ପାଇଁ ପୁଲିସ ଓ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବା ଦରକାର। ଏହା ଦ୍ବାରା ଯୁବପିଢ଼ି କର୍କଟ ଭଳି ମାରତ୍ମକ ରୋଗରୁ ବଞ୍ଚିପାରିବେ।
-ବାସୁଦେବ ଭଟ୍ଟ, ଉପଦେଷ୍ଟା, ତମାଖୁ ମୁକ୍ତ ଓଡ଼ିଶା ଅଭିଯାନ


ଶିକ୍ଷାନୁଷ୍ଠାନ ନିକଟରେ ଖୁଲମ ଖୁଲା ତମାଖୁ ଭଳି ବିଭିନ୍ନ ନିଶା ସାମଗ୍ରୀ ବିକ୍ରୟ ହେଉଛି। ପୁଲିସ ବିଭାଗର କର୍ମଚାରୀ ମାସିକିଆ ବଟି ଆଦାୟ କରୁଛନ୍ତି। ପୁଲିସ ଓ ନିଶା ବେପାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ଘଟଣା ବଢୁଛି। ପୁଲିସ ଆଗାମୀ ଦିନରେ କଡ଼ା ଆଭିମୁଖ୍ୟ ପୋଷଣ ନକଲେ ବିଦ୍ୟାର୍ଥୀଙ୍କ ସ୍ବାର୍ଥ ଦୃଷ୍ଟିରୁ ରାଜରାସ୍ତାକୁ ଓହ୍ଲାଇବୁ।
-ଇତିଶ ପ୍ରଧାନ, ପ୍ରାକ୍ତନ ଛାତ୍ର କଂଗ୍ରେସ ସଭାପତି


ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରି ଦ୍ବାରା ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ଏହି ବେଆଇନ କାର୍ଯ୍ୟ ବିରୋଧରେପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସରକାରଙ୍କ ଯୋଜନା ସଫଳ ହୋଇପାରିବ।
ମଧୁସ୍ମିତା ସେନାପତି, ଛାତ୍ରୀ- ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ

ନିୟମିତ ବ୍ୟବଧାନରେ କମିସନରେଟ ପୁଲିସ ପକ୍ଷରୁ ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରି ବନ୍ଦ ପାଇଁ ବେପାରୀଙ୍କ ଉପରେ ଚଢ଼ଉ କରାଯାଉଛି। ପୁଲିସ ମୁଖ୍ୟତଃ ଅପରାଧୀ ନିୟନ୍ତ୍ରଣ ଓ ନିଶା କାରବାର ଉପରେ କଠୋର ଆଭିମୁଖ୍ୟ ପୋଷଣ କରୁଛି।
-ସୁଧାଂଶୁ ଷଡ଼ଙ୍ଗୀ, ପୁଲିସ କମିସନର


ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ଓ ସିଗାରେଟ୍‌ ଅବାଧରେ ବେପାର ହେବାରୁ ବିଦ୍ୟାର୍ଥୀ ଏହାକୁ ଅନୁକରଣ କରୁଛନ୍ତି। ଛାତ୍ରଛାତ୍ରୀ ଚାଖିବା ପାଇଁ ଚେଷ୍ଟା କରି ନିଶା ସେବନକୁ ନିୟମିତ ଅଭ୍ୟାସ କରୁଛନ୍ତି। ରାଜ୍ୟ ସରକାର ଏହାର ପ୍ରତିକାର କରିବାର ଆବଶ୍ୟକତା ରହିଛି।
-ସଶ୍ମିତା ମହାନ୍ତି, ଅଭିଭାବକ


ପୁଲିସ ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବେପାର ବନ୍ଦ ପାଇଁ ତତ୍ପରତା ପ୍ରକାଶ କରୁନି। ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କଲେ ଜୋରିମାନା ଆଦାୟ କରୁଥିବାବେଳେ ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବେପାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏହା ଦ୍ବାରା କର୍କଟ ରୋଗ .ରୋକାଯାଇପାରିବ।
-ସେକ୍‌ ଅନସର୍‌, ଛାତ୍ର


ଶିକ୍ଷାନୁଷ୍ଠାନ ନିକଟରେ ହାତପାଆନ୍ତାରେ ସହଜରେ ତମାଖୁ ମିଳୁଥିବାରୁ ଛାତ୍ରଛାତ୍ରୀ ଅଧିକ ଆକର୍ଷିତ ହୋଇଥାନ୍ତି। ଏହାକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦିଅନ୍ତୁ। ବିଶ୍ବ କର୍କଟ ଦିବସରେ ପୁଲିସ ବିଭାଗ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆଖିଦୃଶିଆ ପଦକ୍ଷେପ ନେବା ଦରକାର।
-ଆକାଂକ୍ଷା ନାୟକ, ଛାତ୍ରୀ-ଉତ୍କଳ ବିଶ୍ବବିଦ୍ୟାଳୟ

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories