ରୁପି ଦୂରେଇବାର ଘରୋଇ ଉପାୟ
ଶୀତଦିନେ ଆରମ୍ଭ ହେଉଥିବା କେଶର ରୁପି ସମସ୍ୟା ବାବଦରେ ସତର୍କ ହୋଇଯିବା ଉଚିତ। ଯଥା ସମୟରେ ରୁପି ଦୂର କରିବା ନିମନ୍ତେ ଉପଚାର ନ କଲେ, ପରେ ଏହା କାରଣରୁ ମାତ୍ରାଧିକ କେଶ ଝଡ଼ା ହୋଇଥାଏ।
– ଦିନକୁ ୪-୫ଥର ନିମ୍ବ କିମ୍ବା ଶିଙ୍ଗ ପାନିଆରେ କେଶ କୁଣ୍ଡାଇବା ଉଚିତ। ଏହି ପାନିଆ କେଶ ସଂକ୍ରମଣକୁ ଅନେକାଂଶରେ କମ୍ କରୁଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ।
– ଆପଣ ଯଦି ଚିନି ଅଧିକ ପରିମାଣରେ ଖାଉଛନ୍ତି, କମ୍ କରିବା ଜରୁରୀ। ଚିନି ଖାଇବା କାରଣରୁ ରକ୍ତଶର୍କରା ଅଧିକ ହୋଇ ତୈଳ ଗୁଚ୍ଛ କେଶମୂଳରେ ହୋଇଥାଏ ଓ ରୁପି ହୁଏ। ଚିନି ପରିବର୍ତ୍ତେ ଗୁଡ଼ କିମ୍ବା ମହୁ ଖାଇବା କେଶ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।
– ନିଜ ଖାଦ୍ୟ ତାଲିକାରେ ଅଣ୍ଡା, ମାଛ, ଓମେଗା ଥ୍ରୀ ଏସିଡ୍ ଭରପୂର ଖାଦ୍ୟପାନୀୟ ସହ ପାଳଙ୍ଗ ଶାଗ ସାମିଲ କରନ୍ତୁ। ଏସବୁ କେଶମୂଳକୁ ଶକ୍ତ କରେ ଓ ରୁପି ମଧ୍ୟ ହୁଏନାହିଁ।
– କେଶ ଶୁଖାଇବା ସମୟରେ ସୂତା କପଡ଼ା ବ୍ୟବହାର କରନ୍ତୁ। ଅନ୍ୟ କପଡ଼ା ଯେପରି ସିନ୍ଥେଟିକ୍, ସାଟିନ୍ ଇତ୍ୟାଦି କପଡ଼ା କେଶଝଡ଼ାର ମୁଖ୍ୟ କାରଣ ପାଲଟିଥାଏ।
Comments are closed.