www.samajalive.in
Saturday, December 13, 2025
21.1 C
Bhubaneswar

ଅନ୍ୟର ନିଦ ଭାଙ୍ଗି ଶାନ୍ତି ପାଉଥିବା ବ୍ୟକ୍ତି!

# ଜଣେ ବ୍ୟକ୍ତି କେଉଁ କାମ କରି ମାନସିକ ଶାନ୍ତି ପାଇବ, ତାହା ସେ ନିଜେ ହିଁ ଭଲଭାବେ କହିପାରିବ। ତେବେ ଅନ୍ୟର ନିଦ ଭାଙ୍ଗି ଶାନ୍ତି ପାଉଥିବା ଲୋକ ସମ୍ପର୍କରେ ଖବରଟି ପ୍ରଚାର ହେବା ପରେ ଅନେକ ଏହାର ସତ୍ୟାସତ୍ୟ ବିଶ୍ବାସ କରିପାରିନଥିଲେ। ମୁମ୍ବଇ ପୁଲିସ୍ ଯେତେବେଳେ ଗଣମାଧ୍ୟମକୁ ଏ ବାବଦରେ ଅବଗତ କରାଇଥିଲା, ଖବରର ସତ୍ୟତା ଜଣାପଡ଼ିଥିଲା। କିଛି ମାସ ତଳର ଘଟଣା। ମୁମ୍ବଇର ୱର୍ଲି ନିବାସୀ ଅଧିକାଂଶ ଆପାର୍ଟମେଣ୍ଟରେ ଗୋଟିଏ ମୁଖ୍ୟ ସମସ୍ୟା ଦେଖାଗଲା। ସ୍ଥାନୀୟ ଅଞ୍ଚଳରେ ଘର କରି ରହିଥିବା ଓ ଭଡ଼ା ଘରେ ରହିଥିବା, ସମସ୍ତେ ସମାନ ସମସ୍ୟାର ସମ୍ମୁଖୀନ ହେଲେ। ବିଳମ୍ବିତ ରାତ୍ରିରେ କେହି ବାରମ୍ବାର କଲିଂ ବେଲ୍ ମାରି ଚାଲିଯାଏ। ଘର ସଦସ୍ୟ କବାଟ ଖୋଲିବାବେଳେକୁ କେହିନଥାନ୍ତି। ଏଭଳି ସ୍ଥିତିରେ ଭୟ ହେବା ମଧ୍ୟ ସ୍ବାଭାବିକ। ସିସିଟିଭି ଯାଞ୍ଚରୁ ମଧ୍ୟ କିଛି ଜଣାପଡ଼ିଲା ନାହିଁ। କାରଣ ଲୋକଟି ପ୍ରତ୍ୟେକ ସ୍ଥାନରେ ନିଜ ମୁହଁ ଘୋଡ଼ାଇ ରଖୁଥାଏ। ଲୋକେ ପୁଲିସ୍‌ ଥାନାରେ ଅଭି​‌େ​‌ଯାଗ କଲେ। ପୁଲିସ୍‌ କିଛିଦିନ ନିରୀକ୍ଷଣ କଲା, ସେସମୟରେ ଏହି ବଦ୍‌ମାସି କରୁଥିବା ବ୍ୟକ୍ତିଜଣକ ୱର୍ଲିର ପାଖଆଖ ଅଞ୍ଚଳରେ ଏହିଭଳି ଲୋକଙ୍କୁ ଅଧ ରାତିରେ ହଇରାଣ କଲା। ପୁଲିସ୍‌ ଏହା ପରେ ଲୋକଙ୍କୁ ସତର୍କ କରାଇଲା ଓ ପୁଲିସ୍‌ମାନେ ମଧ୍ୟ ରାତିବେଳା ବ୍ୟବସ୍ଥା କଡ଼ାକଡ଼ି କଲେ। ଗୋଟିଏ ଦିନ ସେହି ଲୋକଟି ଜଣଙ୍କ ବେଲ୍ ମାରି ଦୌଡ଼ୁଥିବାବେଳେ ପାଖ ଲୋକ ଧରି ପୁଲିସ୍‌‌ରେ ଦେଲେ। ଏହି ଲୋକକୁ ଏଭଳି କରିବା ପଛର କାରଣ ଯେତେବେଳେ ପଚରାଗଲା, ତା’ର ଉତ୍ତର ଥିଲା..ମୋତେ ଅନ୍ୟଙ୍କର ନିଦ ଭାଙ୍ଗି ଖୁବ୍ ଶାନ୍ତି ମିଳେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories