www.samajalive.in
Friday, December 12, 2025
26.1 C
Bhubaneswar

ପୁରୀରେ ଚକ ବନ୍ଦ ଡାକରା, ମଙ୍ଗଳବାର ଗଡିବନି ବସ

ପୁରୀ: ମଙ୍ଗଳବାର ପୁରୀରୁ ଗଡିବନି ବସ୍। ଜଣେ ବସ୍ ଚାଳକଙ୍କୁ ମାଡ ମାରି ହତ୍ୟା କରିବା ଅଭିଯୋଗ ଓ ପ୍ରତିବାଦରେ ପୁରୀ ବସ ମାଲିକ ପକ୍ଷରୁ ଦିନିକିଆ ଚକ ବନ୍ଦ ଡାକରା ଦିଆଯାଇଛି। ଏନେଇ ଶ୍ରୀ ନୀଳଗିରି ମୋଟର କର୍ମଚାରୀ ସଂଘ ସୋମବାରଏକ ସମ୍ମାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।  ପୁରୀର ୨୦୦ଟି ବସ୍ ଏବଂ ୮୦୦ ଜଣେ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ। ତେଣୁ ଆସନ୍ତାକାଲି ପୁରୀରୁ ବିଭିନ୍ନ ଜିଲାକୁ ବସ୍ ଯାତାୟତ ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଛି।

ସୂଚାଯୋଗ୍ୟ, ଗତ ଗୁରୁବାର ପୁରୀ-କୋର୍ଣାକ ବେଳା ଭୂମି ମାର୍ଗରେ ରାସ୍ତା କଡରେ ଛିଡା ହୋଇଥିବା ଏକ ପର୍ୟ୍ୟଟନ ବସକୁ ଷୋଳପୁଅ ମା’ ନାମକ ଏକ ଯାତ୍ରୀବାହୀ ବସ ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିଲେ। ଯାତ୍ରୀବାହୀ ବସ ଚାଳକଙ୍କୁ ଉତ୍ତ୍ୟକ୍ତଲୋକେ ମାଡ ମାରିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରତ୍ୟେକ୍ଷଦର୍ଶୀ ବସ ହେଲପର ଏନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଏପର୍ୟ୍ୟନ୍ତ ମାମଲା ରୁଜୁ କରିନଥିବା ବେଳେ କାହାକୁ ଗିରଫ କରିନାହିଁ। ଏହାର ପ୍ରତିବାଦରେ ଶ୍ରୀ ନୀଳଗିରି ମୋଟର କର୍ମଚାରୀ ସଂଘ ଆସନ୍ତାକାଲିରୁ ଚକ ବନ୍ଦ ଆନ୍ଦୋଳନ ଡାକରା ଦେଇଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories