www.samajalive.in
Saturday, December 6, 2025
17.1 C
Bhubaneswar

ସିଏଏ ଓ ଜାମିଆ ଗୁଳିକାଣ୍ଡକୁ ନେଇ ସଂସଦରେ ହଟ୍ଟଗୋଳ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ), ଜାତୀୟ ନାଗରିକ ପଞ୍ଜିକା(ଏନଆାରସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର)କୁ ନେଇ ସୋମବାର ସଂସଦରେ ବିରୋଧୀମାନେ ହଟ୍ଟଗୋଳ କରିଛନ୍ତି। ରାଜ୍ୟସଭାରେ ଏହି ୩ଟି ପ୍ରସଙ୍ଗରେ ବିରୋଧୀ ହଙ୍ଗାମା କରିବା ସହିତ ସିଏଏକୁ ନିରସ୍ତ୍ର କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ଜାମିଆ ମିଲିଆ ବିଶ୍ଵବିଦ୍ୟାଳୟ ବାହାରେ ରବିବାର ରାତିରେ ହୋଇଥିବା ଗୁଳିକାଣ୍ଡକୁ ନିନ୍ଦା କରିବା ସହିତ ବିରୋଧୀମାନେ ବିଜେପିକୁ ସମାଲୋଚନା କରିଛନ୍ତି।

ବଜେଟ ଅଧିବେଶନ ଆରମ୍ଭ ହେବା କ୍ଷଣି ଲୋକସଭାରେ ବିରୋଧୀମାନେ ହଙ୍ଗାମା ଆରମ୍ଭ କରିଦେଇଥିଲେ। କିଛି ସଦସ୍ୟ ନିଜ ଆସନରେ ଛିଡ଼ା ହୋଇ ଗୁଳି ମାରିବା ବନ୍ଦ କର, ଦେଶକୁ ଭାଙ୍ଗିବା ବନ୍ଦ କର ବୋଲି ନାରା ଦେଇଥିଲେ। ରାଜ୍ୟସଭାରେ ବିଏସପି ସାଂସଦ ସତୀଶ ଚନ୍ଦ୍ର ମିଶ୍ରା ସିଏଏକୁ ତତ୍କାଳ ନିରସ୍ତ୍ର କରିବାକୁ ଦାବି କରି ସ୍ଥଗିତ ପ୍ରସ୍ତାବ ଦେଇଥିଲେ। ସେହିପରି ସିପିଏମ ଏବଂ ସିପିଆଇ ସଦସ୍ୟମାନେ ବି ରାଜ୍ୟସଭାରେ ସିଏଏ, ଏନଆରସି ଏବଂ ଏନପିଆର ପ୍ରସଙ୍ଗରେ ଦେଶରେ ଲାଗି ରହିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଏସବୁକୁ ସ୍ଥଗିତ କରିବା ଲାଗି ପ୍ରସ୍ତାବ ଆଗତ କରିଥିଲେ।

- Advertisement -

ଲୋକସଭାରେ କଂଗ୍ରେସ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ, କୋଡିକୁନ୍ନୀଲ ସୁରେଶ ଏବଂ ଗୌରବ ଗୋଗୋଇ ସିଏଏ, ଏନଆରସି ଏବଂ ଏନପିଆରକୁ ସ୍ଥଗିତ କରିବା ଲାଗି ପ୍ରସ୍ତାବ ଦେଇଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories