www.samajalive.in
Saturday, December 13, 2025
23.1 C
Bhubaneswar

ସିସିଟିଭି କ୍ୟାମେରାରେ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କ ହତ୍ୟାକାରୀର ଚେହେରା, ଫଟୋ ଜାରି କଲା ପୁଲିସ

ଲକ୍ଷ୍ନୌ: ବିଶ୍ଵ ହିନ୍ଦୁ ମହାସଭାର ଅଧ୍ୟକ୍ଷ ରଣଜିତ ବଚ୍ଚନଙ୍କ ହତ୍ୟକାରୀର ଚେହେରା ସାମ୍ନାକୁ ଆସିଛି। ରଣଜିତଙ୍କୁ ଗୁଳି କରି ଫେରାର ହେବା ସମୟରେ ହତ୍ୟାକାରୀର ଚେହେରା ନିକଟରେ ଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ପୁଲିସ ସିସିଟିଭି ପୁଟେଜରୁ ତା’ର ଫଟୋ ବାହାର କରି ସର୍ବସାଧାରଣରେ ଜାରି କରିଛି। ହତ୍ୟାକାରୀ ସମ୍ପର୍କରେ ସୂଚନା ଦେବା ଲାଗି ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତ ଶନିବାର ରଣଜିତଙ୍କ ଜନ୍ମଦିନ ଥିଲା। ଏଥିପାଇଁ ଓସିଆର ପରିସରସ୍ଥ ଏକ ମନ୍ଦିରରେ ଭୋଜି ଆୟୋଜନ କରାଯାଇଥିଲା। ଏଥିରେ ଅନେକ ବନ୍ଧୁ ଏବଂ ମହାସଭାର କର୍ମକର୍ତ୍ତା ସାମିଲ ହୋଇଥିଲେ। ଜନ୍ମଦିନ ପାଳନ କରିବା ପରଦିନ ରଣଜିତ ହତ୍ୟାର ଶିକାର ହୋଇଛନ୍ତି।

- Advertisement -
Image Courtesy: Quanta magazine

ରଣଜିତଙ୍କ ହତ୍ୟା ସମୟରେ ତାଙ୍କ ସାଥିରେ ଆଦିତ୍ୟ କୁମାର ଶ୍ରୀବାସ୍ତବ ନାମକ ବ୍ୟକ୍ତି ଥିଲେ। ଆଦିତ୍ୟ ଶନିବାର ରାତି ୩ଟାରେ ରଣଜିତଙ୍କ ଓସିଆରସ୍ଥିତ ବାସଭବନରେ ପହଞ୍ଚିଥିଲେ। ସେଠାରେ ରାତିରେ ରହିବା ପରେ ସକାଳୁ ରଣଜିତ ତାଙ୍କୁ ପ୍ରାତଃଭ୍ରମଣ ପାଇଁ ଡାକିଥିଲେ। ଉଭୟେ ଭୋର ପ୍ରାୟ ୫ଟାରେ ପ୍ରାତଃଭ୍ରମଣରେ ଯାଉଥିବାବେଳେ ଗ୍ଲୋବ ପାର୍କ ନିକଟରେ ଜଣେ ଦୁର୍ବୃତ୍ତ ପ୍ରଥମେ ରଣଜିତଙ୍କୁ ଗୁଳି କରିଥିଲା। ଗୁଳି ରଣଜିତଙ୍କ ନାକ ନିକଟରେ ବାଜି ମୁଣ୍ଡରେ ବାହାରିଥିଲା। ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ। ଭୟରେ ଆଦିତ୍ୟ ଦୌଡ଼ି ପଳାଇବାକୁ ଉଦ୍ୟମ କରିବାବେଳେ ଦୁର୍ବୃତ୍ତ ଜଣକ ତାଙ୍କୁ ମଧ୍ୟ ଗୁଳି କରିଥିଲା, ଯାହା ତାଙ୍କ ବାମ ହାତରେ ବାଜିଥିଲା। ଆଦିତ୍ୟଙ୍କ ଅଭିଯୋଗକ୍ରମେ ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories