୨୦୨୦-୨୧ ବଜେଟ: କେଉଁ କ୍ଷେତ୍ରକୁ କେତେ ଟଙ୍କା, ଜାଣନ୍ତୁ ମୁଖ୍ୟାଂଶ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ୩ଟି ଦିଗକୁ ଗୁରୁତ୍ଵ ଦିଆଯାଇଥିବା ସେ କହିଛନ୍ତି। ତେବେ ବଜେଟରେ କେଉଁ କ୍ଷେତ୍ର ପାଇଁ କେତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ସେ ବିଷୟରେ ଆସନ୍ତୁ ଜାଣିବା :-
– ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ : ୧ ଲକ୍ଷ ୨୩ ହଜାର କୋଟି
– ସ୍ବଚ୍ଛ ଭାରତ ମିଶନ: ୧୨ ହଜାର ୩୦୦ କୋଟି
– କୃଷି କ୍ଷେତ୍ର: ୨ ଲକ୍ଷ ୮୩ ହଜାର କୋଟି
– ପାଇପ ଯୋଗେ ଜଳଯୋଗାଣ: ୧୧ ହଜାର ୫୦୦ କୋଟି
– ଶିକ୍ଷା କ୍ଷେତ୍ର: ୯୯ ହଜାର ୩୦୦ କୋଟି
– ଜଳ ଜୀବନ ମିଶନ: ୩ ଲକ୍ଷ ୬୦ ହଜାର କୋଟି
– ସ୍ବାସ୍ଥ୍ୟସେବା କ୍ଷେତ୍ର: ୬୯ ହଜାର କୋଟି
– ବାୟୁ ପ୍ରଦୂଷଣ ରୋକିବାକୁ ୪୪୦୦ କୋଟି
– ଉଦ୍ୟୋଗ ଓ ବାଣିଜ୍ୟ କ୍ଷେତ୍ର: ୨୭ ହଜାର ୩୦୦ କୋଟି
– ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ: ୩୫ ହଜାର ୬୦୦ କୋଟି
– ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ: ୮୫ ହଜାର କୋଟି
– ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ କଲ୍ୟାଣ: ୯୫୦୦ କୋଟି
– ସଂସ୍କୃତି ଓ ପର୍ଯ୍ୟଟନ: ୫୬୫୦ କୋଟି
– ପବ୍ଲିକ ସେକ୍ଟର ବ୍ୟାଙ୍କ: ୩ ଲକ୍ଷ ୫୪ ହଜାର କୋଟି
– ଦକ୍ଷତା ବିକାଶ: ୩ ହଜାର କୋଟି
– ସଡ଼କ ଓ ପରିବହନ: ୧ ଲକ୍ଷ ୭୦ ହଜାର କୋଟି
– ଲଦାଖର ବିକାଶ ପାଇଁ ୫୯୫୮ କୋଟି
Comments are closed.